Bikash Khabar
ଫାଇଲିନ ମୁକାବିଲାରେ ସଫଳତା ପାଇଁ ସ୍କଚ ପୁରସ୍କାର

ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କୁ ସମ୍ମାନଜନକ ସ୍କଚ୍ ପୁରସ୍କାର ମିଳିଛି । ନୂଆଦିଲ୍ଲୀଠାରେ ଆୟୋଜିତ ଏକ ସମାରୋହରେ ବିଭାଗୀୟ ସିଷ୍ଟମ ବିଶେଷଜ୍ଞ ସ୍କଚ୍ କର୍ତ୍ତୃପକ୍ଷଙ୍କ ଠାରୁ ଏହି ସର୍ବୋଚ୍ଚ ବେସାମରିକ ପୁରସ୍କାର ଗ୍ରହଣ କରିଛନ୍ତି । ଫାଇଲିନ ବାତ୍ୟାକୁ ମୁକାବିଲା କରିବା ସହ ପ୍ରଭାବିତ ଲୋକଙ୍କୁ ଉଦ୍ଧାର ଓ ଥଇଥାନ କରିବା ଦିଗରେ ପ୍ରଶଂସନୀୟ କାର୍ଯ୍ୟ ପାଇଁ ଏହି ପୁରସ୍କାର ମିଳିଛି ।

୨୦୧୩ରେ ଫାଇଲିନ ଗଞ୍ଜାମ ଓ ଖୋର୍ଦ୍ଧା ଜିଲ୍ଲାରେ ତାଣ୍ଡବ ରଚିଥିଲା । ଏହି ସମୟରେ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଉପକୂଳ ଅଂଚଳରୁ ଲୋକଙ୍କୁ ଖାଲି କରାଇ ଶୂନ ମୃତକୁ ନିଶ୍ଚିତତା କରିଥିଲେ । ବାତ୍ୟା ପରବର୍ତ୍ତି ଥଇଥାନ କ୍ଷେତ୍ରରେ ମଧ୍ୟ ବିଭାଗ ଉଲ୍ଲେଖନୀୟ ଭୂମିକା ତୁଲାଇଥିଲା । ଗଞ୍ଜାମ ଓ ଖୋର୍ଦ୍ଧା ଜିଲ୍ଲାରେ ଫାଇଲିନ ପ୍ରଭାବିତ ୧୭ ହଜାର ପରିବାରକୁ ଘର ଯୋଗାଇ ଦିଆଯାଇଥିବାବେଳେ ୧୪୦ଟି ନୂତନ ନିରାପଦ ସ୍ଥାନରେ ପୁନର୍ବାସ ବ୍ୟବସ୍ଥା କରାଯାଇଥିବାରୁ ସ୍କଚ୍ ପକ୍ଷରୁ ରୌପ୍ୟ ପଦକ ପ୍ରଦାନ କରାଯାଇଥିଲା । ତିନୋଟି ବର୍ଗରେ ଓଡ଼ିଶାକୁ ସ୍ୱର୍ଣ୍ଣ, ରୌପ୍ୟ ଓ ବ୍ରୋଞ୍ଜ ପଦକ ପ୍ରଦାନ କରାଯାଇଛି ।

02/03/2019

Leave a Reply

Your email address will not be published. Required fields are marked *

Comments