Bikash Khabar
ସେପ୍ଟେମ୍ବର ୨୫ରେ ଉଦଘାଟନ ହେବ ଚେନ୍ନାଇରେ ନିର୍ମିତ ଓଡ଼ିଶା ଭବନ

ଚେନ୍ନାଇଠାରେ ନିର୍ମିତ ଓଡ଼ିଶା ଭବନର ଉଦଘାଟନ ଆଗାମୀ ସେପ୍ଟେମ୍ବର ୨୫ ତାରିଖରେ ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଇ କେ ପାଲାନିସ୍ୱାମୀଙ୍କ ଦ୍ୱାରା ଅନୁଷ୍ଠିତ ହେବ । ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଥିରେ ଉପସ୍ଥିତ ରହିବେ ।
ଏହି ଭବନ ନିର୍ମାଣର ଶିଳାନ୍ୟାସ ୨୦୧୨ ମେ ୧୧ ତାରିଖରେ ହୋଇଥିଲା । ତକ୍ରାଳୀନ ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଜେ.ଜୟଲଳିଥା ଭିତ୍ତିପ୍ରସ୍ତର ସ୍ଥାପନା କରିଥିଲେ । ପୂର୍ବରୁ ନୂଆଦିଲ୍ଲୀରେ ତିନୋଟି, କୋଲକତାରେ ଗୋଟିଏ ଏବଂ ମୁମ୍ବାଇରେ ଗୋଟିଏ ଓଡ଼ିଶା ଭବନ ଥିବାବେଳେ ଏବେ ଚେନ୍ନାଇଠାରେ ଆଉ ଗୋଟିଏ ଓଡ଼ିଶା ଭବନ ଉଦଘାଟନକୁ ଅପେକ୍ଷା କରିଛି । ରାଜ୍ୟ ବାହାରେ ଓଡ଼ିଶା ସରକାରଙ୍କ ଏହା ଷଷ୍ଠ ଭବନ ଭାବେ ପରିଚିତ ହେବ । ଏହି ଭବନ ଚେନ୍ନାଇରେ ରେଳଷ୍ଟେସନଠାରୁ ୮ କିମି ଓ ବିମାନବନ୍ଦର ଠାରୁ ୯ କିମି ଦୂରରେ ରହିଛି ।
ଚେନ୍ନାଇ ଓଡ଼ିଶା ଭବନରେ ୧୬ଟି ଦୁଇ ଶର୍ଯ୍ୟା ବିଶିଷ୍ଟ କୋଠରୀ ଓ ୫ଟି ସୁଟ ରହିଛି । ୩୦୦ରୁ ଅଧିକ ଲୋକ ବସି ପାରିବା ଭଳି ପ୍ରେକ୍ଷାଳୟ ରହିଛି । ପ୍ରତ୍ୟେକ କୋଠରୀରେ ଏସି, ଟିଭି ଓ ୱାଇଫାଇ ବ୍ୟବସ୍ଥା ରହିଛି । ଏଥିରେ ଓଡ଼ିଶା ସରକାର ୨୧ କୋଟି ୪୩ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି । 
 

18/09/2018

Leave a Reply

Your email address will not be published. Required fields are marked *

Comments