Bikash Khabar
ସୁଇଡେନ ସରକାରଙ୍କ କଳାନିର୍ଦେଶକ ହେଲେ ଓଡିଶା ଜନ୍ମିତ ପି କେ ମହାନନ୍ଦିଆ

 ବିଶିଷ୍ଟ ଓଡ଼ିଆ ଚିତ୍ରଶିଳ୍ପୀ ତଥା ବର୍ତମାନ ସୁଇଡେନ ନାଗରିକ ପି .କେ.ମହାନନ୍ଦିଆ ସ୍ବିଡେନ ସରକାରଙ୍କ କଳା ବିଭାଗର ପରାମର୍ଶଦାତା ଭାବେ ନିଯୁକ୍ତ ହୋଇଛନ୍ତି। ଏହି ସଫଳତା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ତାଙ୍କ ସଫଳତା ସମଗ୍ର ରାଜ୍ୟ ପାଇଁ ଗୌରବ ଆଣିଛି। ଆଗାମୀ ଦିନରେ ସେ ଆହୁରି ଖ୍ୟାତି ଅର୍ଜନ କରନ୍ତୁ ବୋଲି କହିଛନ୍ତି। ଅନୁଗୁଳ ଜିଲ୍ଲା କନ୍ଧପଡ଼ା ଗାଁରେ ଜନ୍ମ ଗ୍ରହଣ କରିଥିବା ଶ୍ରୀ ମହାନନ୍ଦିଆ ପିଲାବେଳୁ ଚିତ୍ର ପ୍ରେମରେ ପଡ଼ିଥିଲେ ସେ  ୧୯୭୧ ମସିହାରେ ନୂଆଦିଲ୍ଲୀରେ ଏକ କଳା ମହାବିଦ୍ୟାଳୟରେ ପଢ଼ିଥିଲେ। ସ୍ବିଡେନ୍ ଚାରଲୋଟ୍ଭୋନ୍ସ୍ଚେଡ୍ଭିନ୍ଦିଲ୍ଲୀ ଆସିଥିବା ବେଳେ ଶ୍ରୀ ମହାନନ୍ଦିଆଙ୍କ ଚିତ୍ରକଳା ଦେଖି ଅଭିଭୂତ ହୋଇଗଲେ। ସେଇଠୁ ସେ ଶ୍ରୀ ମହାନନ୍ଦିଆଙ୍କ ପ୍ରେମରେ ପଡ଼ିଗଲେ। ପରେ ଚାର୍ଲୋଟ୍ତାଙ୍କୁ ବିବାହ କରି ସ୍ବିଡେନ୍ଫେରି ଯାଇଥିଲେ। ପରେ ଶ୍ରୀ ମହାନନ୍ଦିଆ ନିଜ ପତ୍ନୀଙ୍କୁ ଭେଟିବା ପାଇଁ ୧୯୭୭ ମସିହାରେ ତାଙ୍କର ସବୁ ଜିନିଷ ବିକ୍ରି କରି ଏକ ପୁରୁଣା ସାଇକେଲ କିଣିଲେ। ଦୀର୍ଘ ୫ମାସ କାଳ ସେହି ସାଇକେଲ ଚଳାଇ ସେ ସ୍ବିଡେନରେ ସ୍ତ୍ରୀଙ୍କ ପାଖରେ ପହଞ୍ଚିଥିଲେ। ପତ୍ନୀଙ୍କ ପାଖକୁ ଯିବା ପରେ ସେଠାରେ ସେ ସ୍ବିଡେନର ନାଗରିକତ୍ବ ଗ୍ରହଣ କରି ରହି ଯାଇଥିଲେ। ମଝିରେ ମଝିରେ ସେ ନିଜ ଜନ୍ମ ମାଟିକୁ ବୁଲି ଆସିଥାନ୍ତି ନିକଟରେ ସୁଇଡେନ ସରକାର ମହାନନ୍ଦିଆ ଙ୍କୁ ଦେଶର କଲା ନିର୍ଦେଶକ ଭାବେ ମନୋନୀତ କରିଛନ୍ତି

27/07/2020

Leave a Reply

Your email address will not be published. Required fields are marked *

Comments