Bikash Khabar
ଜାଣନ୍ତୁ କେଉଁ ଶ୍ରେଣୀ ପିଲା ବୋହିବ କେତେ ଓଜନର ବ୍ୟାଗ

ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀ ପିଲାଙ୍କ ସ୍କୁଲ ବ୍ୟାଗ ଦେଢ କେଜିରୁ ଅଧିକ ହେବନି । ତୃତୀୟ ଓ ଚତୁର୍ଥ ପିଲାଙ୍କ ବ୍ୟାଗ ୨ରୁ ୩ କେଜି ମଧ୍ୟରେ ହେବ । ପଂଚମ ଓ ଷଷ୍ଠ ପିଲା ବୋହିବେ ୪ କେଜି ଓଜନର ବ୍ୟାଗ । ଅଷ୍ଟମ ଓ ନବମ ଶ୍ରେଣୀ ପିଲାଙ୍କ ବସ୍ତାନୀ ବୋଝ ୪.୫ କେଜିରୁ ଅଧିକ ହେବନି ଓ ଦଶମ ଶ୍ରେଣୀ ପିଲାଙ୍କ ପାଇଁ ଏହା ୫କେଜି ମଧ୍ୟରେ ସୀମିତ ରହିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସଚିବ ଏକ ନିର୍ଦ୍ଦେଶାନାମା ଜାରୀ କରିଛନ୍ତି । ରାଜ୍ୟର ପ୍ରତ୍ୟେକ ସ୍କୁଲକୁ ନିର୍ଦ୍ଦେଶନାମା ଜାରୀ କରିଥିବା ନେଇ ହାଇକୋର୍ଟରେ ସତ୍ୟପାଠ ଦାଖଲ କରିଛନ୍ତି । ଏଥିସହ ସ୍କୁଲରେ ପାନୀୟ ଜଳ ବ୍ୟବସ୍ଥା, ନିୟମିତ ଭାବେ ଛାତ୍ରଛାତ୍ରୀଙ୍କ ବ୍ୟାଗର ଓଜନ ଯାଂଚ, ଦୁଇ କାନ୍ଧରେ ବ୍ୟାଗ ଓହଳାଇବା ବ୍ୟବସ୍ଥା ପ୍ରତି ଦୃଷ୍ଟି ଦେବାକୁ ସ୍କୁଲ କର୍ତ୍ତୃପକ୍ଷଙ୍କୁ କୁହାଯାଇଛି ।

କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟର ବାରମ୍ବାର ଚିଠି ଓ ତାଗିଦ ପରେ ରାଜ୍ୟସରକାରଙ୍କ ନିଦ ଭାଙ୍ଗିଛି । ରାଜ୍ୟସରକାର ବ୍ୟାଗର ଓଜନ କମାଇବା ଦିଗରେ ପଦକ୍ଷେପ ନେବା ସହ ହୋମୱାର୍କ ଦିଆଯିବା ଉପରେ ମଧ୍ୟ ସତର୍କତା ଅବଲମ୍ବନ କରିବେ ବୋଲି ଶପଥ ପାଠରେ ଦର୍ଶାଇଛନ୍ତି ।

12/03/2019

Leave a Reply

Your email address will not be published. Required fields are marked *

Comments