Bikash Khabar
ତଥ୍ୟ ପ୍ରଦାନରେ ଓଡ଼ିଶା ଆଗୁଆ

 ଓଡ଼ିଶା ସମେତ ସାରା ବିଶ୍ବରେ କରୋନା ମହାମାରୀ ଏବେ ଆତଙ୍କ ସୃଷ୍ଟି କରିଛି। କାହାର ଜୀବନ ଗଲାଣି, ଆଉ କିଏ ହରାଇଛି ଜୀବିକା। ଲକ୍ଡାଉନ୍ ସଟ୍ଡାଉନ୍ ଭଳି ପଦକ୍ଷେପ ମାଧ୍ୟମରେ ଏହି ମହାମାରୀକୁ ରୋକିବା ପାଇଁ ଉଭୟ ରାଜ୍ୟ କେନ୍ଦ୍ର ସରକାର ତନାଘନା ଚଳାଇଛନ୍ତି। କେବଳ ସେତିକି ନୁହେଁ, ସଂକ୍ରମଣକୁ ରୋକିବା ଲାଗି ଯେଉଁ ମୂଳ ସୂତ୍ର ଉପରେ ଗୁରୁତ୍ବ ଦିଆଯାଉଛି, ତାହା ହେଲା- ଭିଡ଼କୁ ନଯାଇ ଲୋକଙ୍କଠାରୁ ଦୂରେଇ ରହିବା, ମାସ୍କ ପିନ୍ଧିବା, ବାରମ୍ବାର ହାତକୁ ଧୋଇବା। ଏହା ସତ୍ତ୍ବେ ମହାମାରୀ ସଂକ୍ରମଣ ବଢ଼ୁଛି, ମୃତ୍ୟୁ ବି । ଏଭଳି ସମୟରେ ଆମେରିକାର ଷ୍ଟାନଫୋର୍ଡ ବିଶ୍ବବିଦ୍ୟାଳୟର ଗବେଷକ ଏବଂ ସ୍ବିଜରଲାଣ୍ଡରଏରୋସୋଲ୍ ଇଣ୍ଡଷ୍ଟ୍ରି ପକ୍ଷରୁ ହୋଇଥିବା ଅନୁଧ୍ୟାନରେ ଓଡ଼ିଶା ସଂପର୍କରେ ଏକ ଭଲ ତଥ୍ୟ ସାମ୍ନାକୁ ଆସିଛି। ସଂସ୍ଥା କହିଛି ଯେ କରୋନା ମହାମାରୀ ମୁକାବିଲା ଦିଗରେ ତଥ୍ୟ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଥାଏ। ଉପଯୁକ୍ତ ତଥ୍ୟ ମିଳିଲେ ପ୍ରଶାସନ ଏବଂ ନୀତି ନିର୍ଦ୍ଧାରକମାନେ ଏହି ମହାମାରୀକୁ ଠୋସ୍ ଭାବେ ମୁକାବିଲା କରିବାରେ ସମର୍ଥ ହୋଇଥାନ୍ତି। ଏହି ପରିପ୍ରେକ୍ଷୀରେ ଓଡ଼ିଶା ସରକାରଙ୍କ କରୋନା ତଥ୍ୟ ସଂଗ୍ରହ ମାନ ବେଶ ପ୍ରଶଂସାଯୋଗ୍ୟ।

27/07/2020

Leave a Reply

Your email address will not be published. Required fields are marked *

Comments