Bikash Khabar
ଲଗାତର ତୃତୀୟ ବର୍ଷ ପାଇଁ ଅମୃତ ଯୋଜନା ରୂପାୟନରେ ଓଡ଼ିଶା ଆଗରେ

ଅମୃତ ଯୋଜନାକୁ କାର୍ଯ୍ୟକାରୀ କରାଇବାରେ ଲଗାତର ତୃତୀୟ ବର୍ଷ ପାଇଁ ଓଡ଼ିଶା ଆଗରେ ଥିବା ଜଣାଯାଇଛି । ଅମୃତ ଯୋଜନା ରାଜ୍ୟ ସ୍ତରୀୟ ଉଚ୍ଚକ୍ଷମତା ସମ୍ପନ୍ନ ଷ୍ଟିୟରିଂ କମିଟି ବୈଠକରୁ ଏହା ଜଣାପଡ଼ିଛି ।

୨୦୧୫-୧୬,୨୦୧୬-୧୭ ଓ ୨୦୧୭-୧୮ ବର୍ଷରେ ଜାତୀୟସ୍ତରରେ ପ୍ରଥମ ୩ ରାଜ୍ୟଙ୍କ ମଧ୍ୟରେ ଓଡ଼ିଶା ସ୍ଥାନ ପାଇଥିବା ଜଣାଯାଇଛି । ୨୦୧୭-୧୮ ବର୍ଷରେ ଓଡ଼ିଶା ଜାତୀୟ ର‌୍ୟାଙ୍କିଙ୍ଗ ପୋର୍ଟାଲରେ ଆନ୍ଧ୍ର ପଛକୁ ଦ୍ୱିତୀୟ ସ୍ଥାନରେ ରହିଥିବା ବେଳେ ମଧ୍ୟପ୍ରଦେଶ ତୃତୀୟ ସ୍ଥାନରେ ରହିଛି ।
ରାଜ୍ୟରେ ୧ଲକ୍ଷରୁ ଅଧିକ ଜନସଂଖ୍ୟା ଥିବା ୯ଟି ସହରରେ ଅମୃତ ଯୋଜନା କାର୍ଯ୍ୟକାରୀ ହୋଇଛି । ଭୁବନେଶ୍ୱର, କଟକ, ପୁରୀ, ବ୍ରହ୍ମପୁର, ରାଉରକେଲା, ସମ୍ବଲପୁର, ବାଲେଶ୍ୱର, ଭଦ୍ରକ ଓ ବାରିପଦାରେ ଏହି ଯୋଜନା ଚାଲିଛି । ଏହି ସହର ଗୁଡ଼ିକରେ ୧୯୧ଟି ପ୍ରକଳ୍ପ ଅନୁମୋଦନ କରାଯାଇଛି । ରାଜ୍ୟସରକାର ଏଥିପାଇଁ ୫୦ ପ୍ରତିଶତ ଅର୍ଥ ଦେଉଥିବାବେଳେ କେନ୍ଦ୍ର ସରକାର ୫୦ ଭାଗ ଅର୍ଥ ଦେଉଛନ୍ତି । ରାଜ୍ୟର ୯ଟି ସହରରେ ଏହି ଯୋଜନାରେ ଏବେ ୧୮୮ଟି ପ୍ରକଳ୍ପର କାର୍ଯ୍ୟ ଆରମ୍ଭ ହୋଇଥିବାବେଳେ ୫୩ଟି ପ୍ରକଳ୍ପର ନିର୍ମାଣ କାମ ସରିଥିବା ଜଣାଯାଇଛି । 
 

01/11/2018

Leave a Reply

Your email address will not be published. Required fields are marked *

Comments