Bikash Khabar
ମ୍ୟାଲେରିଆ ନିରାକରଣରେ ଓଡ଼ିଶା ସଫଳତାକୁ ପାଳିବ କେନ୍ଦ୍ର

ମ୍ୟାଲେରିଆ ନିରାକରଣରେ ଓଡ଼ିଶାର ସଫଳତାକୁ ଜାତୀୟ ସ୍ତରରେ ପ୍ରଶଂସା କରାଯାଇଛି । ଦୁର୍ଗମ ଅଂଚଳରେ ମ୍ୟାଲେରିଆ ନିରାକରଣ (ଦମନ) ଯୋଜନାର ଏକ ଅନୁରୂପ ଯୋଜନା ଜାତୀୟ ସ୍ତରରେ କାର୍ଯ୍ୟ କରିବା ପାଇଁ କେନ୍ଦ୍ର ସରକାରଙ୍କୁ ପରାମର୍ଶ ଦିଆଯାଇଛି ।

ଇଣ୍ଡିଆନ କାଉନସିଲ୍ ଅଫ ମେଡ଼ିକାଲ ରିସର୍ଚ୍ଚ ଏବଂ ଏନ ଭି ବି ଡ଼ି ସି ପି ର ବିଶେଷଜ୍ଞମାନେ ସାରା ଦେଶରେ ଦମନ ଭଳି ନମୁନାକୁ ଗ୍ରହଣ କରିବା ପାଇଁ କେନ୍ଦ୍ରସରକାରଙ୍କୁ ପରାମର୍ଶ ଦେଇଛନ୍ତି । ଓଡ଼ିଶା ଦମନ ନମୁନା ଜରିଆରେ ବର୍ଷକ ମଧ୍ୟରେ ୮୫ ପ୍ରତିଶତ ମ୍ୟାଲେରିଆ ନିୟନ୍ତ୍ରଣ କରିପାରିଥିବା ଦର୍ଶାଯାଇଛି । ଓଡ଼ିଶାର ଅନୁଗୋଳ, ଢେଙ୍କାନାଳ, କନ୍ଧମାଳ ଓ ବଲାଙ୍ଗିରରେ ପ୍ରାରମ୍ଭିକ ଭାବେ ମ୍ୟାଲେରିଆ ନିୟନ୍ତ୍ରଣ ପ୍ରକଳ୍ପ କମ୍ପ୍ରେହେନସିଭ କେସ୍ ମ୍ୟାନେଜମେଣ୍ଟ ପ୍ରୋଗ୍ରାମ କାର୍ଯ୍ୟକାରୀ କରାଯାଇଥିଲା । ଏଥିଯୋଗୁଁ ଏହି ୪ଟି ଜିଲ୍ଲାରେ ୨୦୧୫ରୁ ୨୦୧୭ ମଧ୍ୟରେ ୪୭ ପ୍ରତିଶତ ମ୍ୟାଲେରିଆ ସଂକ୍ରମଣ କମିଥିଲା । ୨୦୧୭ରୁ ୨୦୧୮ ମଧ୍ୟରେ ଓଡ଼ିଶାରେ ୮୫ ପ୍ରତିଶତ ମ୍ୟାଲେରିଆ ହ୍ରାସ ପାଇଛି । ଏଥିଯୋଗୁଁ ଦେଶରେ ମ୍ୟାଲେରିଆ ରୋଗର ବୋଝ ୫୦ ପ୍ରତିଶତ କମିଛି । ଓଡ଼ିଶାର ଦମନ ନମୁନାକୁ ସାରା ଦେଶରେ କାର୍ଯ୍ୟକାରୀ କରିବା ପାଇଁ ବିଚାର ବିମର୍ଷ ଆରମ୍ଭ ହୋଇଛି । 
 

03/01/2019

Leave a Reply

Your email address will not be published. Required fields are marked *

Comments