Bikash Khabar
ଏସବିଆଇ ଇକୋରାପ ରିପୋର୍ଟ : ମାନବ ବିକାଶ ସୂଚୀର ୧୦ ସ୍ଥାନରେ ଓଡ଼ିଶା

ପ୍ରକାଶ ପାଇଛି ଏସବିଆଇର ଇକୋରାପ ରିପୋର୍ଟ । ଏଥିରେ ଓଡ଼ିଶାର ପ୍ରଗତିରେ ଉନ୍ନତି ଦର୍ଶାଯାଇଛି । ମାନବ ବିକାଶ ସୂଚୀର ଅଗ୍ରଗତିରେ  ଓଡ଼ିଶାର ପ୍ରଦର୍ଶନ ଭଲ ଥିବା କହିଛି ଏହି ରିପୋର୍ଟ । ଦେଶର ୧୦ଟି ଶ୍ରେଷ୍ଠ ପ୍ରଦର୍ଶନକାରୀ ରାଜ୍ୟ ମଧ୍ୟରେ ଓଡ଼ିଶା ସ୍ଥାନ ପାଇଛି ।

ପୂର୍ବ ଭାରତର ରାଜ୍ୟ ଗୁଡ଼ିକ ମଧ୍ୟରେ ଓଡ଼ିଶା ଭଲ ସ୍ଥାନରେ ଅଛି । ୧୯୯୦ରୁ ୨୦୧୭ ମଧ୍ୟରେ ୨୭ ବର୍ଷର ତଥ୍ୟକୁ ହିସାବକୁ ନେଇ ଏହି ରିପୋର୍ଟରେ ଆକଳନ କରାଯାଇଛି । ଅର୍ଥନୈତିକ ଅଭିବୃଦ୍ଧି ଯୋଗୁଁ ଓଡ଼ିଶାବାସୀଙ୍କ ମୁଣ୍ଡପିଛା ଆୟରେ ମଧ୍ୟ ଉନ୍ନତି ଘଟିଛି । ସାମାଜିକ କ୍ଷେତ୍ର ପାଇଁ ଓଡ଼ିଶାର ବାର୍ଷିକ ଖର୍ଚ୍ଚ ଅଭିବୃଦ୍ଧି ହାର ୧୫.୧ ପ୍ରତିଶତ ରହିଛି । ଜାତିସଂଘ ବିକାଶ ପ୍ରକଳ୍ପ ଆଧାରରେ ଏସବିଆଇ ଏହି ରିପୋର୍ଟରେ ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ଜୀବନଧାରଣ ପାଇଁ କରିଥିବା ଖର୍ଚ୍ଚକୁ ବିଶ୍ଲେଷଣ କରିଛି । ରାଜସ୍ଥାନ, ଉତ୍ତରପ୍ରଦେଶ, ଓଡ଼ିଶା ଅପେକ୍ଷାକୃତ ନିଜ ସ୍ଥିତି ସୁଧାରିଛନ୍ତି । କେରଳ ଶୀର୍ଷରେ ଥିବାବେଳେ ଗୋଆ ଦ୍ୱିତୀୟ ଏବଂ ପଞ୍ଜାବ ତୃତୀୟ ସ୍ଥାନରେ ଅଛି ।

10/03/2019

Leave a Reply

Your email address will not be published. Required fields are marked *

Comments