Bikash Khabar
ହକି ବିଶ୍ୱକପ୍ ବେଳେ ହସ୍ତ ଶିଳ୍ପ କଳାର ପ୍ରସାର କରିବ ଓଡ଼ିଶା

ରାଜଧାନୀ ଭୁବନେଶ୍ୱରରେ ଆଉ ଅଳ୍ପ ଦିନ ପରେ ପୁରୁଷ ହକି ବିଶ୍ୱକପ୍ ଆରମ୍ଭ ହୋଇଯିବ । ଏହାର ଭରପୁର ଫାଇଦା ନେବା ପାଇଁ ଓଡ଼ିଶା ବ୍ୟାପକ ଭାବେ ଯୋଜନା ପ୍ରସ୍ତୁତ କରିଛି । ବିଶ୍ୱବାସୀଙ୍କ ନିକଟରେ ଓଡ଼ିଶାର ସମୃଦ୍ଧ ସାଂସ୍କୃତିକ ଐତିହ୍ୟକୁ ପ୍ରଚାର ପ୍ରସାର କରାଇବା ପାଇଁ ଖେଳ ମଂଚକୁ ବ୍ୟବହାର କରାଯିବ । ସ୍ଥାନୀୟ ହସ୍ତତନ୍ତ ଓ ହସ୍ତକଳାରେ ଟ୍ରଫି ଓ ମେମେମେଣ୍ଟା ତିଆରି କରାଯିବ ବୋଲି ଓଡ଼ିଶା ସରକାର ନିଷ୍ପତ୍ତି ନେଇଛନ୍ତି ।

ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ଉପହାର ଏବଂ ମେମେଣ୍ଟୋ ଓଡ଼ିଶାର ପାରମ୍ପରିକ ଡ଼ୋକ୍ରା ଏବଂ ତାରକସି କଳାରେ ତିଆରି ହେବ । ଖେଳାଳୀ ଓ ପ୍ରଶାସକୀୟ କର୍ମକର୍ତ୍ତାଙ୍କୁ ଓଡ଼ିଶାର ପାରମ୍ପରିକ ସମ୍ବଲପୁରୀ ସିଲକରେ ପ୍ରସ୍ତୁତ କଳା ମୃତ୍ତି ଉପହାର ଦିଆଯିବ । ଏହି ବିଶ୍ୱକପରେ ୧୬ଟି ଅଂଶ ଗ୍ରହଣକାରୀ ଦେଶର ଖେଳାଳୀ ଓ କର୍ମକର୍ତ୍ତା ଯୋଗ ଦେବେ । ଓଡ଼ିଶାର ହସ୍ତକଳାର ପ୍ରସାର ପାଇଁ ଏହି ଖେଳ ସହାୟକ ହେବ ବୋଲି ଉକ୍ରଳିକାର ପରିଚାଳନା ନିର୍ଦ୍ଦେଶକ ସତ୍ୟରଞ୍ଜନ ସାହୁ ସୂଚନା ଦେଇଛନ୍ତି ।
ମୟୂରଭଞ୍ଜର ଶିଳ୍ପୀ ମାନଙ୍କ ଠାରୁ ଡ଼ୋକ୍ରା କଳାକୃତ୍ତି ଅଣାଯିବ । କଟକର ଶିଳ୍ପୀମାନେ ଯୋଗାଇଦେବେ ତାରକସୀ ଟ୍ରଫି ଆକର୍ଷଣୀୟ ଲାଖ ବାକ୍ସ ଭିତରେ ସୁନ୍ଦର ଭାବେ ଏହି ଟ୍ରଫି ସଜାଇ ହୋଇରହିବ । ସମ୍ବଲପୁରୀ ବସ୍ତ୍ରାଳୟ, ହସ୍ତିକା, ଉତ୍ତରୀୟ ଓ ଝୋଟ ତିଆରି ବ୍ୟାଗ ଯୋଗାଇ ଦେବେ । 
 

10/11/2018

Leave a Reply

Your email address will not be published. Required fields are marked *

Comments