Bikash Khabar
ଥଣ୍ଡା ଜ୍ୱର ରେ ଆକ୍ରାନ୍ତ ଓଡିଶା,ଔଷଧ ନେଲେଣି ଲକ୍ଷେ ୨୦ ହଜାର ରୋଗୀ

 କରୋନା ପରିସ୍ଥିତିରେ ରାଜ୍ୟର ଔଷଧ ଦୋକାନଗୁଡ଼ିକରେ ଥଣ୍ଡା, ଜ୍ବର ଔଷଧର ବିକ୍ରି ବୃଦ୍ଧି ପାଇଛି। ଗତ ମେ ଜୁନ୍ ମାସରେ ରାଜ୍ୟରେ ୧ଲକ୍ଷ ୨୦ ହଜାରରୁ ଅଧିକ ଲୋକ ଏହି ଔଷଧ ନେଇଛନ୍ତି। ଜୁଲାଇ ମାସରେ ଏହି ସଂଖ୍ୟା ଜୁନ୍ଠାରୁ ଅଧିକ ବୋଲି କୁହାଯାଉଛି। ରାଜ୍ୟର ଅନେକ ସ୍ଥାନରେ କରୋନା ଲକ୍ଷଣ ଥିବା ଲୋକମାନେ ଭୟରେ ପରୀକ୍ଷା କରିବା ପରିବର୍ତେ ଥଣ୍ଡା, ଜ୍ବର ଔଷଧ ଖାଇ ଘରେ ରହୁଥିବା ନଜରକୁ ଆସୁଛି। ତେଣୁ ଲକ୍ଷାଧିକ ଲୋକଙ୍କ ମଧ୍ୟରୁ କେତେଜଣଙ୍କ ଏହି ପରୀକ୍ଷା ହୋଇଛି, ତାହା ସ୍ପଷ୍ଟ ହୋଇପାରି ନାହିଁ । କରୋନା ଲକ୍ଷଣ ଥିବା ଲୋକମାନେ ପରୀକ୍ଷା ପାଇଁ ଆଗେଇ ଆସୁ ଥିବାରୁ ରାଜ୍ୟ ସରକାର ଔଷଧ ଦୋକାନୀମାନଙ୍କୁ ଥଣ୍ଡା, ଜ୍ବର ଔଷଧ ନେଉଥିବା ଲୋକମାନଙ୍କ ଠିକଣା ସଂଗ୍ରହ କରିବା ଲାଗି ନିର୍ଦେଶ ଦେଇଥିଲେ। ଫଳରେ ଯଦି କୌଣସି ବ୍ୟକ୍ତିଙ୍କୁ ନେଇ ସନ୍ଦେହ ଉପୁଜେ, ତାହାଲେ ସେମାନଙ୍କ ପରୀକ୍ଷା ହୋଇପାରିବ। ସୂଚନା ଅନୁସାରେ, ଗତ ମେମାସରେ ୪୮ ହଜାରୁ ଅଧିକ ଜୁନ୍ ମାସରେ ୭୨ ହଜାରରୁ ଅଧିକ ଲୋକ ଥଣ୍ଡା, ଜ୍ବର ଔଷଧ ନେଇଛନ୍ତି। ଜୁଲାଇରେ ମଧ୍ୟ ଏହି ସଂଖ୍ୟା ଆହୁରି ଅଧିକ ହେବ ବୋଲି କୁହାଯାଉଛି। ରାଜ୍ୟରେ ୨୫ ହଜାରରୁ ଅଧିକ ଔଷଧ ଦୋକାନ ରହିଥିବା ବେଳେ ସବୁ ଔଷଧ ଦୋକାନରୁ ତଥ୍ୟ ସଂଗ୍ରହ କରିବା କଷ୍ଟକର। ଏହାସହ ଅନେକ ମଧ୍ୟ ଔଷଧ ଦୋକାନରେ ନିଜର ଠିକ୍ଠିକଣା ଦେଇ ଥିବା ମଧ୍ୟ ନଜରକୁ ଆସିଛି। ତେଣୁ ୨ମାସରେ ଏହି ସଂଖ୍ୟା ୧ଲକ୍ଷ ୨୦ ହଜାର ବଦଳରେ ବହୁତ ଅଧିକ ହେବ ବୋଲି ଜଣାପଡ଼ିଛି।

29/07/2020

Leave a Reply

Your email address will not be published. Required fields are marked *

Comments