Bikash Khabar
ବର୍ଷକରେ ହେଲା ୭୧୭୬ କିମିି ରାସ୍ତା, ପ୍ରଧାନମନ୍ତ୍ରୀ ଗ୍ରାମସଡ଼କ ନିର୍ମାଣରେ ଓଡ଼ିଶା ପ୍ରଥମ

ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା ଅନ୍ତର୍ଗତ ରାସ୍ତା ନିର୍ମାଣ କରି ଓଡ଼ିଶା ଆଗରେ ରହିଛି । ୨୦୧୭-୧୮ ବର୍ଷରେ ଓଡ଼ିଶା ସମୁଦାୟ ୭୧୭୬ କିମି ରାସ୍ତା ନିର୍ମାଣ କରି ଦେଶର ପ୍ରଥମ ରାଜ୍ୟ ଭାବେ କେନ୍ଦ୍ରସରକାରଙ୍କ ଠାରୁ ପୁରସ୍କୃତ ହୋଇଥିବା ଜଣାଯାଇଛି ।
ଗତବର୍ଷ ଗ୍ରାମ୍ୟ ଉନ୍ନୟନ ବିଭାଗର ଉଦ୍ୟମ ଯୋଗୁଁ ୧୭୭୬ଟି ଅସଂଯୋଜିତ ଗ୍ରାମ ରାସ୍ତା ପାଇଛି । ଏହି ପାରଦର୍ଶିତାରେ ଓଡ଼ିଶା ଦେଶରେ ଦ୍ୱିତୀୟ ସ୍ଥାନ ପାଇଥିବାବେଳେ ଗ୍ରାମାଂଚଳରେ ବୈଷୟିକ ପ୍ରଣାଳୀକୁ ଅନୁସୃତ କରି ତୃତୀୟ ସ୍ଥାନ ପାଇଛି । ଗ୍ରାମାଂଚଳର ୮୫୫ କିମି ରାସ୍ତା ଆଧୁନିକ ବୈଷୟିକ ପ୍ରଣାଳୀରେ ନିର୍ମାଣ ହୋଇଛି ।
ଚଳିତ ବର୍ଷ ୪୧୬୬ କୋଟି ୬୭ ଲକ୍ଷ ଟଙ୍କା ପୁଞ୍ଜି ବିନିଯୋଗ କରି ରାଜ୍ୟର ୮୦୦୦ କିମି ରାସ୍ତା ନିର୍ମାଣ ସାଙ୍ଗକୁ ୨୫୦୦ ଗ୍ରାମକୁ ସଂଯୋଗୀକରଣ କରାଯିବାର ଲକ୍ଷ୍ୟ ରଖାଯାଇଛି । ସେଥିରୁ ୧୭୦୦ କିମି ରାସ୍ତା ବୈଷୟିକ ପ୍ରଣାଳୀରେ ନିର୍ମିତ ହେବ ବୋଲି କୁହାଯାଇଛି । 
 

14/09/2018

Leave a Reply

Your email address will not be published. Required fields are marked *

Comments