Bikash Khabar
ଓଡ଼ିଶାରେ ଉନ୍ନୟନ କାମ ପାଇଁ ତୈଳ କମ୍ପାନୀ ଦେଇଛନ୍ତି ୪୦୪ କୋଟି

କେନ୍ଦ୍ର ସରକାରଙ୍କ ପରିଚାଳନାଧିନ ତୈଳ କମ୍ପାନୀ ଗୁଡ଼ିକ ସାମାଜିକ ଦାୟିତ୍ୱବୋଧ କାର୍ଯ୍ୟକ୍ରମରେ ବିଗତ ୫ ବର୍ଷ ମଧ୍ୟରେ ଓଡ଼ିଶାରେ ବିଭିନ୍ନ ଉନ୍ନୟନମୂଳକ କାମ ପାଇଁ ୪୦୪.୯୫ କୋଟି ଟଙ୍କା ପ୍ରଦାନ କରିଛନ୍ତି । ସିଏସଆର ପାଣ୍ଠିରୁ ଇଣ୍ଡିଆନ ଅଏଲ ୧୮୦.୪୬ କୋଟି, ଓଏନଜିସି ୧୦୭.୨୪ କୋଟି, ବିପିସିଏଲ ୩୭.୫୩ କୋଟି, ଏଚପିସିଏଲ ୩୭.୧୦ କୋଟି, ଗେଲ ୩୮.୯୩ ଓ ଇଆଇଏଲ ୩.୬୭ କୋଟି ଟଙ୍କା ଅନୁଦାନ ଯୋଗାଇ ଦେଇଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଲୋକସଭାରେ ଏକ ପ୍ରଶ୍ନର ଉତ୍ତର ଦେଇ କହିଛନ୍ତି । କଂଗ୍ରେସ ନେତା ତଥା ସାଂସଦ ମଲିକାର୍ଜୁନ ଖଡ଼ଗେଙ୍କ ପ୍ରଶ୍ନର ଉତ୍ତର ଦେଇ କେନ୍ଦ୍ର କୋଇଲା ମନ୍ତ୍ରୀ ଦର୍ଶାଇଛନ୍ତି ଯେ ଗତ ୪ ବର୍ଷ ମଧ୍ୟରେ ଓଡ଼ିଶାରେ ବିଭିନ୍ନ ଉନ୍ନୟନ ମୂଳକ କାମ ପାଇଁ ସରକାରୀ କୋଇଲା କମ୍ପାନୀ କୋଲ ଇଣ୍ଡିଆ ସିଏସଆର ପାଣ୍ଠିରୁ ସମୁଦାୟ ୭୭୦.୨୩ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି । ତୈଳ କମ୍ପାନୀ ଓ କୋଇଲା କମ୍ପାନୀ ଓଡ଼ିଶାରେ ମୋଟ ୧୧୦୦ କୋଟି ଟଙ୍କାରୁ ଅଧିକ ଅର୍ଥ ବିକାଶମୂଳକ କାର୍ଯ୍ୟରେ ବିନିଯୋଗ କରିଛନ୍ତି । ଅନ୍ୟ କୌଣସି ରାଜ୍ୟ ତୁଳନାରେ ଓଡ଼ିଶାରେ କୋଲ ଇଣ୍ଡିଆ ସର୍ବାଧିକ ସିଏସଆର ପାଣ୍ଠି ଅନୁଦାନ ବିନିଯୋଗ କରିଛି । କମ୍ପାନୀ ତାର ନେଟ ଲାଭର ଦୁଇ ପ୍ରତିଶତ ଅର୍ଥ ସ୍ୱାସ୍ଥ୍ୟ, ଶିକ୍ଷା, ଦାରିଦ୍ର‌୍ୟ ଦୂରୀକରଣ, କୁପୋଷଣ ରୋକିବା, ପାନୀୟଜଳ, ଓ ପରିମଳ ଗ୍ରାମ୍ୟ ଉନ୍ନୟନ, ପରିବେଶ ସଂରକ୍ଷଣ, ପଶୁ କଲ୍ୟାଣ, ମହିଳା ସଶକ୍ତିକରଣ , ଜରାନିବାସ ନିର୍ମାଣ, ଖେଳ କୁଦର ପ୍ରୋତ୍ସାହନ ଦିଗରେ ଖର୍ଚ୍ଚ କରାଯିବାର ପ୍ରାବଧାନ ରହିଛି । 

 

02/01/2019

Leave a Reply

Your email address will not be published. Required fields are marked *

Comments