Bikash Khabar
ପ୍ରତି ଭଡ଼ାରୁ ଟଙ୍କାଏ ଠୁଳ କରି କ୍ୟାନସର ରୋଗୀଙ୍କୁ ସହାୟତା କରିବ ଓଲା କ୍ୟାବ୍

  ଆପ୍ ଜରିଆରେ ଗାଡ଼ି ଉପଲବ୍ଧ କରାଇବାର ସେବା ପରେ ଏବେ ଓଲା କ୍ୟାବ୍ କ୍ୟାନସର ରୋଗୀମାନଙ୍କ ପାଇଁ ତାର ଗ୍ରାହକଙ୍କ ସେବା ମନୋବୃତ୍ତିକୁ ସାମ୍ନାକୁ ଆଣିଛି  । ଓଲା ଏବେ ତାର ପ୍ରତିଟି ଭଡ଼ା ଶେଷରେ ଯାତ୍ରୀଙ୍କଠାରୁ ଟଙ୍କାଟିଏ ଲେଖାଏ ଅତିରିକ୍ତ ଅର୍ଥ ଆଦାୟ କରି କ୍ୟାନସର ରୋଗୀଙ୍କ ଚିକିତ୍ସା ପାଇଁ ଯୋଗାଇ ଦେବ ବୋଲି ନିଷ୍ପତ୍ତି ନେଇଛି । ଏଥିପାଇଁ କମ୍ପାନୀ ମାଇଁ ରାଇଡ଼, ମାଇଁ କଜ ନାମକ ଏକ ପ୍ରୟାସ ହାତକୁ ନେଇଥିବା ଜଣାଯାଇଛି । ଓଲା ଏଥିପାଇଁ ଟାଟା ଟ୍ରଷ୍ଟର ଅଲାମେଲୁ ଚାରିଟେବଲ ଫାଉଣ୍ଡେସନ ସହ ହାତ ମିଶାଇଛି ।

ଆମ ଦେଶରେ କ୍ୟାନସର ପୀଡ଼ିତଙ୍କ ସଂଖ୍ୟା ବଢିବାରେ ଲାଗିଛି । କେବଳ ୨୦୧୭ରେ କ୍ୟାନସରର ୧୪.୫ ଲକ୍ଷ ରୋଗୀ ସାମ୍ନାକୁ ଆସିଛନ୍ତି । କ୍ୟାନସର ରୋଗୀମାନଙ୍କ ପାଇଁ ଭିତିଭୂମିର ଅଭାବ, ବିଶେଷଜ୍ଞଙ୍କ ଅଭାବ ଓ ଆର୍ଥିକ ବାଧକ ବଡ଼ ସମସ୍ୟା ଭାବେ ଠିଆ ହୋଇଛି । ଏହି ଦୃଷ୍ଟିରୁ ଓଲା ଏଭଳି ଏକ ପ୍ରୟାସ ହାତକୁ ନେଇଛି । ଭାରତରେ ଦୈନିକ ୧୦ ଲକ୍ଷ ଓଲା କ୍ୟାବ୍ ବ୍ୟବହାର ହୋଇଥାଏ । ଏହାଦ୍ୱାରା ଦୈନିକ ୧୦ ଲକ୍ଷ ଟଙ୍କା ସଂଗ୍ରହ ହୋଇ କ୍ୟାନସର ରୋଗୀଙ୍କୁ ପ୍ରଦାନ କରାଯାଇପାରିବ । 

16/07/2018

Leave a Reply

Your email address will not be published. Required fields are marked *

Comments