Bikash Khabar
ବଢିଲା ବାର୍ଦ୍ଦକ୍ୟ ଭତ୍ତା, ୩୦୦ ବଦଳରେ ମିଳିବ ୫୦୦, ୪୮ ଲକ୍ଷ ପାଇବେ ଲାଭ

ବଢିଲା ବାର୍ଦ୍ଦକ୍ୟ ଭତ୍ତା । ମଧୁବାବୁ ପେନସନ୍ ଯୋଜନାରେ ଏଣିକି ମାସିକ ୩୦୦ ଟଙ୍କା ବଦଳରେ ୫୦୦ ଟଙ୍କା ମିଳିବ । ୮୦ ବର୍ଷରୁ ଊଦ୍ଧ୍ୱର୍ ବୟସର ଲୋକଙ୍କ ପାଇଁ ୫୦୦ ଟଙ୍କା ପରିବର୍ତ୍ତେ ୭୦୦ ଟଙ୍କା ମିଳିବ । ଆମ ଗାଁ ଆମ ବିକାଶ ଯୋଜନାରେ ଏଭଳି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନିର୍ବାଚନୀ ବର୍ଷରେ ଗୋଟିଏ ପରେ ଗୋଟିଏ ଲୋଭନୀୟ ଯୋଜନାର ବର୍ଷା କରୁଥିବା ନବୀନଙ୍କ ଏହି ସାମାଜିକ ସୁରକ୍ଷା କାର୍ଡ଼କୁ ନେଇ ଚର୍ଚ୍ଚା ଯୋର ଧରିଛି । କଂଗ୍ରେସ ଓ ବିଜେପି ବହୁ ପୂର୍ବରୁ ବାର୍ଦ୍ଦକ୍ୟ ଭତ୍ତା ବୃଦ୍ଧିକୁ ନେଇ କ୍ରମାଗତ ଦାବି କରି ଆସୁଥିଲେ । କଂଗ୍ରେସ ଏହାକୁ ତାର ନିର୍ବାଚନୀ ଇସ୍ତାହାର କରିଥିବାବେଳେ ବିଜେପି ବାର୍ଦ୍ଦକ୍ୟ ଭତ୍ତା ବୃଦ୍ଧି ଦାବି କରି ଆସିଥିଲା । ରାଜ୍ୟରେ ବିଭିନ୍ନ ଆଳ ଦେଖାଇ ଯୋଗ୍ୟ ହିତାଧିକାରୀଙ୍କୁ ତାଲିକାରେ ସାମିଲ କରାଯାଇନାହିଁ । ବାର୍ଦ୍ଦକ୍ୟଭତ୍ତା ପାଇଁ ଟାର୍ଗେଟ ସୀମାକୁ ତୁରନ୍ତ ହଟାଇ ଦିଆଯିବା ସହିତ ଯୋଗ୍ୟ ବ୍ୟକ୍ତିଙ୍କୁ ସାମିଲ ଦାବି ଉଠିଛି । ଟାର୍ଗେଟ ନୁହେଁ ବରଂ ସମସ୍ତ ଅଭାବୀ ବୟସାଧିକ୍ୟ ବ୍ୟକ୍ତିଙ୍କୁ ଭତ୍ତା ପ୍ରଦାନ ପାଇଁ ଯୋଗ୍ୟ କରାଯିବାକୁ ଦାବି ହୋଇଛି ।

19/01/2019

Leave a Reply

Your email address will not be published. Required fields are marked *

Comments