Bikash Khabar
ପ୍ରତି ଜିଲ୍ଲାରେ ହେବ ଜରାଶ୍ରମ

ରାଜ୍ୟର ସବୁ ଜିଲ୍ଲାରେ ପ୍ରତିଷ୍ଠା ହେବ ଜରାଶ୍ରମ । ଏହା ୨୦୦ ଶର୍ଯ୍ୟା ବିଶିଷ୍ଟ ହେବ । ଏହା ସହ ବିଭିନ୍ନ ଯୋଜନା ମାଧ୍ୟମରେ ୨୭ ଲକ୍ଷ ବରିଷ୍ଠ ନାଗରିକଙ୍କୁ ସାମିଲ କରାଯିବ ବୋଲି ଓଡ଼ିଶା ବରିଷ୍ଠ ନାଗରିକ ମହାସଂଘର ଅଷ୍ଟମ ବାର୍ଷିକ ଅଧିବେଶନକୁ ସମ୍ଭୋଧିିତ କରି ପ୍ରତିଶ୍ରୃତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ମୁଖ୍ୟମନ୍ତ୍ରୀ ବରିଷ୍ଠ ନାଗରିକଙ୍କ ଅଭିଜ୍ଞତାକୁ ଯୁବପୀଢି ଶିଖୁ ବୋଲି ପରାମର୍ଶ ଦେବା ସହ ପ୍ରତି ଜିଲ୍ଲାରେ ୨୦୦ ଶର୍ଯ୍ୟା ବିଶିଷ୍ଠ ଜରାନିବାସ ଓ ବରିଷ୍ଠ ନାଗରିକଙ୍କ ଚିକିତ୍ସା ଲାଗି ସ୍ୱାସ୍ଥ୍ୟ ଉପକେନ୍ଦ୍ର ଓ ପରାମର୍ଶ ଶିବିର ନିର୍ମାଣ କରାଯାଉଥିବା କହିଥିଲେ । ରାଜ୍ୟ ସରକାର ୨୭ ଲକ୍ଷ ବୃଦ୍ଧ ବୃଦ୍ଧାଙ୍କୁ ମାସିକ ପେନସନ୍ ଯୋଜନାରେ ସାମିଲ କରିଥିବା କହିଛନ୍ତି । ତେବେ ଢେର ଅଧିକ ବୃଦ୍ଧ ବୃଦ୍ଧା ସାମାଜିକ ସୁରକ୍ଷା ଯୋଜନାକୁ ଚାହିଁ ଚାହିଁ  ହତାସ ହୋଇପଡ଼ିଥିବା କୁହାଯାଇଛି । ସରକାର ୨୦୧୬ ଠାରୁ ଯେଉଁ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା କରିଛନ୍ତି ସେଥିରେ ଚୟନକୁ ନେଇ ରାଜନୀତି ହେଉଛି ଏବଂ ବୟସାଧିକ୍ୟଙ୍କୁ ପ୍ରାଥମିକତା ଦେବା ବଦଳରେ ଦଳୀୟ କର୍ମୀଙ୍କୁ ପ୍ରାଥମିକତା ଦିଆଯାଉଛି । 
ବରିଷ୍ଠ ନାଗରିକମାନଙ୍କ ଚିହ୍ନଟ, ପ୍ରତି ଜିଲ୍ଲାରେ ଜେରିଆଟିକର ସ୍ୱତନ୍ତ୍ର ୱାର୍ଡ଼, ପ୍ରତି ଜିଲ୍ଲାରେ ଜରା ନିବାସ, ସାମାଜିକ ସୁରକ୍ଷା ଯୋଜନାରେ ସମସ୍ତ ବରିଷ୍ଠ ନାଗରିକଙ୍କୁ ସଂପୃକ୍ତି, ପ୍ରତି ଥାନାରେ ହେଲପ ଡ଼େସ୍କ ଓ ନିର୍ଯ୍ୟାତନା ରୋକିବା ଦିଗରେ ସ୍ୱତନ୍ତ୍ର ପଦକ୍ଷେପ ନେବା ଆବଶ୍ୟକ ବୋଲି ବରିଷ୍ଠ ନାଗରିକମାନଙ୍କ ବିଭିନ୍ନ ସଂଗଠନ ପକ୍ଷରୁ ମତ ପ୍ରକାଶ ପାଇଛି । 
 

19/12/2018

Leave a Reply

Your email address will not be published. Required fields are marked *

Comments