Bikash Khabar
ଜୁଲାଇ ୬ ସୁଧା ରାଜ୍ୟରେ ୧୩% ଅଧିକ ବର୍ଷା

 ରାଜ୍ୟରେ ମୌସୁମୀ ଠିକ୍ସମୟରେ ପ୍ରବେଶ କରିଥିଲା। ଏଥିସହ ରାଜ୍ୟରେ ଭଲ ବର୍ଷା ମଧ୍ୟ ହୋଇଯାଇଛି। ଜୁନ୍୧ରୁ ଆଜି ପର୍ଯ୍ୟନ୍ତ ରାଜ୍ୟରେ ପ୍ରାୟ ୧୩ ପ୍ରତିଶତ ଅତିରିକ୍ତ ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ଉପକୂଳର ୫ଟି ଜିଲ୍ଲାକୁ ଛାଡ଼ି ଦେଲେ, ସାରା ରାଜ୍ୟରେ ଭଲ ବର୍ଷା ହୋଇଛି। କିଛି କିଛି ସ୍ଥାନରେ ଅତ୍ୟଧିକ ବର୍ଷା ମଧ୍ୟ ହୋଇଥିବା ଜଣାପଡ଼ିଛି। ତେବେ ଚଳିତବର୍ଷ ରାଜ୍ୟରେ ଭଲ ବର୍ଷା ହେବା ସହ ାଷ ପାଇଁ ଅନୁକୂଳ ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି। କେନ୍ଦ୍ରର ନିର୍ଦ୍ଦେଶକ ଏଚ୍‌.ଆର୍ବିଶ୍ବାସ କହିଛନ୍ତି, ଜୁନ୍ରୁ ଜୁଲାଇ ପର୍ଯ୍ୟନ୍ତ ରାଜ୍ୟରେ ସମୁଦାୟ ୩୧୨.୨ମିମି ବର୍ଷା ରେକର୍ଡ କରାଯାଇଛି। ଏହି ସମୟ ମଧ୍ୟରେ ୨୭୫.୭ମିମି ବର୍ଷା ହେବା କଥା। ଚଳିତବର୍ଷ ଏହି ସମୟ ମଧ୍ୟରେ ସ୍ବାଭାବିକଠାରୁ ୧୩ ପ୍ରତିଶତ ଅଧିକ ବର୍ଷା ହୋଇଛି। ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୨୫ଟି ଜିଲ୍ଲାରେ ଅଧିକ କିମ୍ବା ସାଧାରଣ ବର୍ଷା ହୋଇଛି। ସେଥିମଧ୍ୟରୁ ମାଲକାନଗିରିରେ ସବୁଠାରୁ ଅଧିକ ଅର୍ଥାତ ୭୧% ଅତିରିକ୍ତ ବର୍ଷା ହୋଇଛି। ବାକି ୨୪ ମଧ୍ୟରୁ ୧୦ଜିଲ୍ଲାରେ ଅତ୍ୟଧିକ ବର୍ଷା, ୧୪ଜିଲ୍ଲାରେ ସ୍ବାଭାବିକ ବର୍ଷା ହୋଇଛି। ଆଭ୍ୟନ୍ତରୀଣ ଓଡ଼ିଶାର ସମସ୍ତ ଜିଲ୍ଲାରେ ଅଧିକ କିମ୍ବା ସ୍ବାଭାବିକ ବର୍ଷା ହୋଇଛି। ଉପକୂଳ ଓଡ଼ିଶାର ୫ଟି ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଛି। ସେହି ଜିଲ୍ଲାଗୁଡ଼ିକ ହେଲା ଖୋର୍ଦ୍ଧା, ଯାଜପୁର, କେନ୍ଦ୍ରାପଡ଼ା, କଟକ ପୁରୀ। ଜୁନ୍ରେ ବି ଏହି ୫ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଥିବା ବେଳେ ଗତ ଦୁଇ ଦିନର ବର୍ଷାରେ ବି ଅଭାବୀ ବର୍ଷା ହୋଇଥିବାରେକର୍ଡ କରାଯାଇଛି। ବାକି ସମସ୍ତ ଉପକୂଳ ଜିଲ୍ଲାରେ ବର୍ଷା ସାଧାରଣ ବା ପ୍ରବଳ ହୋଇଛି।

07/07/2020

Leave a Reply

Your email address will not be published. Required fields are marked *

Comments