Bikash Khabar
କର୍ମଚାରୀଙ୍କ ଉପସ୍ଥାନ ସଂଗ୍ରହ ପାଇଁ ହେବ ଅନଲାଇନ ବ୍ୟବସ୍ଥା

ସମସ୍ତ ସରକାରୀ କର୍ମଚାରୀମାନଙ୍କର ଦୈନିକ ଉପସ୍ଥାନ ସଂଗ୍ରହ ପାଇଁ ଅନଲାଇନ ଡ଼ାଟାବେସ ପ୍ରସ୍ତୁତ କରାଯାଉଛି । ଏହା ସହ ସରକାରୀ ବିଭାଗର ସମସ୍ତ ସମ୍ପତ୍ତିର ଟିକିନିଖି ବିବରଣୀ ମଧ୍ୟ ଏଥିରେ ରହିବ । ଓଡ଼ିଶା ସ୍ପେଶ ଆପ୍ଲିକେଶନ ସେଣ୍ଟର ଏକ ସଫ୍ଟୱେର ଆପ୍ଲିକେଶନ ପ୍ରସ୍ତୁତ କରିବାକୁ ଯାଉଛି । ନୁଆ ବ୍ୟବସ୍ଥା ପାଇଁ ଏପ୍ରିଲ ମାସ ସୁଦ୍ଧା ଏଚଆରଏମଏସରେ ନିଜର ବ୍ୟକ୍ତିଗତ ବିବରଣୀ ଦାଖଲ ପାଇଁ ସମସ୍ତ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏଥିରେ ବିଫଳ ହେଲେ ସଂପୃକ୍ତ କର୍ମଚାରୀଙ୍କର ଏପ୍ରିଲ ମାସର ଦରମା ବନ୍ଦ କରାଯିବ । 

ସରକାରୀ ବିଭାଗ ମାଲିକାନାରେ ଥିବା ସମ୍ପତ୍ତି ଓ ଆର୍ଥିକ ସମ୍ବଳର ବିବରଣୀ ରେକର୍ଡ଼ କରିବା ପାଇଁ ୧୪ତମ ଅର୍ଥ କମିଶନ ରାଜ୍ୟ ସରକାରଙ୍କୁ ସୁପାରିସ କରିଥିଲେ । ଏହାକୁ କାର୍ଯ୍ୟକାରୀ କରାଯିବା ଲାଗି ଏବେ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ ହୋଇଛି । ନିଷ୍ପତ୍ତି ଅନୁଯାୟୀ ପ୍ରତ୍ୟେକ ବିଭାଗର ସମସ୍ତ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ବିବରଣୀ ଏହି ସଫ୍ଟୱେର ଆପ୍ଲିକେଶନରେ ରହିବ । ଏହି ଆପ୍ଲିକେଶନରେ ସମସ୍ତ ବିଭାଗର କର୍ମଚାରୀଙ୍କର ଉପସ୍ଥାନ ସଂଗ୍ରହ କରାଯିବ । କ୍ଷେତ୍ରାଂଚଳରେ କାମ କରୁଥିବା କର୍ମଚାରୀ ଏସଏମଏସ ଜରିଆରେ ନିଜ ଉପସ୍ଥାନ ଦେବେ । ଜିଓ ଟ୍ୟାଗିଂ ଜରିଆରେ ସଂମୃକ୍ତ କର୍ମଚାରୀଙ୍କ ବାସ୍ତବ ସ୍ଥିତି ସମ୍ପର୍କରେ ସୂଚନା ପାଇପାରିବେ ।

26/03/2019

Leave a Reply

Your email address will not be published. Required fields are marked *

Comments