Bikash Khabar
କାର୍ଗିଲ ଦିବସ କୁ ପୁରିଲା ୨୧ ବର୍ଷ ,ସେନାର ସାହସ ଆଗରେ ହାର ମାନିଥିଲା ପାକିସ୍ଥାନ

 କାର୍ଗିଲ ବିଜୟ ଦିବସର ୨୧ ବର୍ଷ ପୂର୍ତ୍ତି କୁ ମନେ ପକାଉଛି ସାରା ଦେଶ ଏହି ଅବସରରେ ବୀର ଯବାନଙ୍କ ସ୍ମୃତି ଚାରଣ ପାଇଁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଓ୍ବାର ମେମୋରିଆଲରେ ପହଁଞ୍ଚିଛନ୍ତି। ରାଜନାଥ ସିଂଙ୍କ ସହ ସେଠାରେ ସେନାର ମୁଖ୍ୟ ଉପସ୍ତିତ ଥିଲେ। ରାଜନାଥ ସିଂ ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ରାଜନାଥ ସିଂ ଯବାନଙ୍କୁ ପ୍ରେରଣାସ୍ରୋତ ବୋଲି କହିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି, ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ସହିଦଙ୍କୁ ମନେପକାଇଛନ୍ତି।ରୋନା ଭାଇରସ୍ ଚୀନ ସହିତ ଚାଲିଥିବା ଗତିରୋଧ ଭିତରେ ବିଜୟ ଦିବସ ପାଇଁ ଏଥର ସେତିକି ପ୍ରସ୍ତୁତି କରାଯାଇ ନାହିଁ। ଓ୍ବାର ମେମୋରିଆଲ ରେ  ମଧ୍ୟ ସୋସିଆଲ ଡିଷ୍ଟାନ୍ସ ପାଳନ କରିବାର ଦେଖିବାକୁ ମିଳିଥିଲା। ରାଜନାଥ ସିଂଙ୍କ ସହିତ ବାକି ଲୋକ ମଧ୍ୟ ସେଠାରେ ମାସ୍କ ଲଗାଇ ପହଁଞ୍ଚିଥିଲେ।କାର୍ଗିଲ ବିଜୟ ଦିବସ ଉପରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, କାର୍ଗିଲ ଦିବସରେ ଆମେ ନିଜର ଯବାନଙ୍କ ସାହାକୁ ମନେପକାଉ, ଯେଉଁମାନେ ୧୯୯୯ରେ ଦେଶର ରକ୍ଷା କରିଥିଲେ। ପରେ ପ୍ରଧାନମନ୍ତ୍ରୀ ମୋଦି ତାଙ୍କର ମନକୀବାତ ରେ କାର୍ଗିଲ ରେ ଯବାନ ଙ୍କ ବୀରତ୍ୱକୁ ମନେପକାଇଥିଲେ

26/07/2020

Leave a Reply

Your email address will not be published. Required fields are marked *

Comments