Bikash Khabar
ନୂଆବର୍ଷ, ଭୁବନେଶ୍ୱରରେ ହେଲା କୋଟିଏ ଟଙ୍କାର ଫୁଲ ବେପାର

ଇଂରାଜୀ ନୁଆବର୍ଷ ପାଳନର ନିଶା ରାଜଧାନୀବାସୀଙ୍କୁ ମତୁଆଲା କରିଛି । ନୁଆବର୍ଷ ଜିରୋ ନାଇଟ୍ ପାଳନ ପାଇଁ ପୁଳା ପୁଳା ଟଙ୍କା ଖର୍ଚ୍ଚ କରୁଥିବାବେଳେ ଚାରିଆଡ଼େ ଜମିଛି ବଣଭୋଜି ଆଉ ପିକ୍ନିକର ଆସର । ଏସବୁ ଭିତରେ ଫୁଲତୋଡ଼ା ଦେଇ ପରସ୍ପରକୁ ଅଭିନନ୍ଦନ ଜଣାଇବାର ପରମ୍ପରାର ଫାଇଦା ଉଠାଇଛନ୍ତି ରାଜଧାନୀର ଫୁଲ ବ୍ୟବସାୟୀମାନେ । ନୁଆବର୍ଷ ଅବସରରେ ରାଜଧାନୀର ୫୫ରୁ ଅଧିକ ଫୁଲ ଦୋକାନୀ ଖଚାଖଚ ବେପାର କରିଛନ୍ତି । କେବଳ ରାଜଧାନୀ ଭୁବନେଶ୍ୱରରେ କୋଟିଏ ଟଙ୍କାର ଫୁଲ ବେପାର ହୋଇଥିବା କୁହାଯାଇଛି ।

ଡ଼େଜି, କାରନସନ, ଲିଲିୟମ, ଡ଼କ୍ ରୋଜ, ଜାରବେରା, ସେବତୀ, ଗୋଲାପ ଆଦି ଫୁଲର ଚାହିଦା ଫୁଲ ବଜାରକୁ ଉଷ୍ମତା ଯୋଗାଇଛି । ନୁଆବର୍ଷରେ ଫୁଲ ବେପାର ଜମିବ ବୋଲି ଆକଳନ କରାଇ ବ୍ୟବସାୟୀମାନେ ଦିଲ୍ଲୀ, ମୁମ୍ବାଇ, କୋଲକାତା, ହାଇଦ୍ରାବାଦରୁ ଫୁଲ ମଗାଇ ଥିଲେ । ଗୋଟିଏ ଗୋଟିଏ ଗୋଲାପ ୧୦ରୁ ୧୫ ଟଙ୍କା ଦାମରେ ବିକ୍ରୀ ହେଉଥିବା ଦେଖିବାକୁ ମିଳିଥିଲା । ଜାରବେରା, ଲିଲିୟମ, କାରନସନ ଫୁଲର ଚାହିଦା ସବୁଠୁ ଅଧିକ ଥିଲା ।
 

02/01/2019

Leave a Reply

Your email address will not be published. Required fields are marked *

Comments