Bikash Khabar
ସୃଷ୍ଟି କଲା ଉନ୍ମାଦନା, ଲକ୍ଷେ ୨୦ ହଜାର ଛାତ୍ରଛାତ୍ରୀଙ୍କ ସାମୂହିକ ବନ୍ଦେ ଉତ୍କଳ ଜନନୀ ଗାନ

ଭାରତୀୟ ଶିକ୍ଷା ବିକାଶ ସଂସ୍ଥାନ ପକ୍ଷରୁ ମକର ସଂକ୍ରାନ୍ତି ଅବସରରେ କ୍ୟାପିଟାଲ ହାଇସ୍କୁଲ ପରିସରରେ ଆୟୋଜିତ ହୋଇଯାଇଛି ଏକ ନିଆରା ଉତ୍ସବ । ଲକ୍ଷେ ୨୦ ହଜାର ଛାତ୍ରଛାତ୍ରୀ ଉତ୍କଳ ଜନନୀ ପୂଜନ ସଂକଳ୍ପ ସମାରୋହରେ ଯୋଗ ଦେଇ ବନ୍ଦେ ଉତ୍କଳ ଜନନୀର ସମବେତ ସଂଗୀତ ଗାନ କରିଥିଲେ । ଏହି ଜାତୀୟ ସଂଗୀତ ସହିତ ପାରମ୍ପରିକ ଲୋକନୃତ୍ୟ ଓ ବାଦ୍ୟରେ ସୃଷ୍ଟି ହେଉଥିଲା ଏକ ନୁଆ ଉନ୍ମାଦନା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଥିରେ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ ।

ଏହା କେବଳ ମାତ୍ର ଏକ ସଂଗୀତ ନୁହେଁ, ଏହା ୪ କୋଟି ଓଡ଼ିଆଙ୍କ ସ୍ୱାଭିମାନ ଓ ଅସ୍ମିତାର ପ୍ରତୀକ ବୋଲି ମୁଖ୍ୟ ଅତିଥି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୂଚାଇଥିଲେ । ଭାରତୀୟ ଡ଼ାକ ବିଭାଗ ପକ୍ଷରୁ ପ୍ରକାଶିତ ଏକ ସ୍ୱତନ୍ତ୍ର ଲଫାପା ଓ ଉତ୍କଳ ଜନନୀ ଡ଼ାକ ଟିକେଟ ମୁଖ୍ୟମନ୍ତ୍ରୀ ଉନ୍ମୋଚନ କରିଥିଲେ । କାର୍ଯ୍ୟକ୍ରମରେ ଅତିଥି ମାନଙ୍କ ମଧ୍ୟରେ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର, ସାଂସଦ ପ୍ରଶାନ୍ତ ନନ୍ଦ, ବିଧାୟକ ପ୍ରିୟଦର୍ଶୀ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ୧୧୭୨ଟି ସ୍କୁଲର ଛାତ୍ରଛାତ୍ରୀ ଶିକ୍ଷକ ଶିକ୍ଷୟତ୍ରୀ ଉପସ୍ଥିତ ଥିଲେ ।

15/01/2019

Leave a Reply

Your email address will not be published. Required fields are marked *

Comments