Bikash Khabar
ଦ୍ରୁତ ଉଡିପାରୁଥିବା କାରଣରୁ ୧୪ କୋଟିରେ ବିକ୍ରି ହେଲା ଗୋଟିଏ ପାରା

ବେଲଜିୟମର ବ୍ରୁସେଲ୍ସ ସହରରେ  ପକ୍ଷୀଙ୍କ ସୁରକ୍ଷା ନିମନ୍ତେ କାର୍ଯ୍ୟ କରୁଥିବା ଏକ ସଙ୍ଗଠନ ପିଜନ୍ ପାରାଡ଼ାଇଜ ପକ୍ଷରୁ  ରବିବାର ଅନଲାଇନରେ କିଛି ପକ୍ଷୀଙ୍କୁ ନିଲାମ କରାଯାଇଥିଲା ଏହି ପ୍ରକ୍ରିୟା ରେ ଚୀନର ଜଣେ ବ୍ୟକ୍ତି . ନିୟୁତ ୟୁରୋ ଅର୍ଥାତ ଭାରତୀୟ ଟଙ୍କାରେ  ୧୪ କୋଟି ଦେଇ  ମାଇ ପାରା ନ୍ୟୁ କିମ୍କୁ କିଣିବାକୁ ଡ଼ାକ ଦେଇଥିଲେ ବର୍ତମାନ ସୁଦ୍ଧା କୌଣସି ପାରା ବିକ୍ରି ନିମନ୍ତେ ଏହା ହେଉଛି ସର୍ବୋଚ୍ଚ ଡ଼ାକ ଗତବର୍ଷ ଆର୍ମାଣ୍ଡୋ ନାମକ ଏକ ପାରା ୧୧ କୋଟି ଟଙ୍କାରେ ବିକ୍ରି ହୋଇଥିଲା ପିଜନ୍ ପାରାଡାଇଜ୍ (ପିପିଏ) ଅନୁଯାୟୀ, ନ୍ୟୁ କିମ ଏକ ଭଲ ପ୍ରଜାତିର ରେସିଂ ପାରା ଯାହା ପ୍ରାରମ୍ଭିକ ବିଡ୍ ମାତ୍ର ୨୦୦ ୟୁରୋ ସହିତ ନିଲାମ ପାଇଁ ରଖାଯାଇଥିଲା  ପିଜନ୍ ପାରାଡାଇଜ୍ ଚେୟାରମ୍ୟାନ୍ ନିକୋଲାସ୍ ଜିସେଲବ୍ରାଟ୍ କହିଛନ୍ତି ଏହା ଏକ ବିଶ୍ୱ ରେକର୍ଡ। ଏହାପୂର୍ବରୁ ଏତେ ବଡ଼ ମୂଲ୍ୟରେ କପୋତ ବିକ୍ରି ହେବାର କୌଣସି ସରକାରୀ ରେକର୍ଡ ନାହିଁ    କୌଣସି କପୋତ ଏତେ ମୂଲ୍ୟରେ ବିକ୍ରି ହେବା  ଭବିଷ୍ୟତରେ ମଧ୍ୟ ସମ୍ଭବ ନୁହେଁବୋଲି ନିକୋଲାସ କହିଛନ୍ତିନ୍ୟୁ କିମ୨୦୧୮ ମସିହାରେ ଫ୍ରାନ୍ସରେ ଆୟୋଜିତ ହୋଇଥିବା ଏସି ପିଜି ଗ୍ରାଣ୍ଡ ନ୍ୟାସନାଲ ମିଡିଲ ଡ଼ିଷ୍ଟାନ୍ସପ୍ରତିଯୋଗିତାରେ ଚମ୍ପିଆନ ହୋଇଛି   ଏସିଆ ଏବଂ ଗଲ୍ଫ ଦେଶରୁ ଧନୀ କ୍ରେତାମାନେ ଅଧିକ ମୂଲ୍ୟରେ ଶହ ଶହ କିଲୋମିଟର ଉଡ଼ିବାର କ୍ଷମତା ସହିତ ପକ୍ଷୀ କିଣୁଛନ୍ତି   କେବଳ ବେଲଜିୟମରେ ୨୦୦୦୦ ପ୍ରଜାତିର ରେସିଂ ପକ୍ଷୀ ଅଛନ୍ତି ଯେଉଁମାନେ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇଥାନ୍ତି। ନ୍ୟୁ କିମ ଏକ ବିଶ୍ବସ୍ତରୀୟ ପ୍ରଶିକ୍ଷକଙ୍କ ଦ୍ୱାରା ତାଲିମପ୍ରାପ୍ତ   ଦ୍ରୁତ ଉଡ଼ାଣ  କ୍ଷେତ୍ରରେ ବାକି ପାରାମାନଙ୍କଠାରୁ  ବହୁତ ଆଗରେ ଅଛି

17/11/2020

Leave a Reply

Your email address will not be published. Required fields are marked *

Comments