Bikash Khabar
ଆନ୍ଧ୍ରପ୍ରଦେଶର ଏହି ଛୋଟ ଗାଁରେ ପ୍ରତ୍ୟେକ ଘରେ ଅଛନ୍ତି ଜଣେ ସୈନିକ

ଅମରବତୀ ଠାରୁ ୧୫୦ କିମିଦୂର ପଶ୍ଚିମ ଆନ୍ଧ୍ରପ୍ରଦେଶର ଗୋଦାବରୀ ଜିଲ୍ଲାର ଏକ ଛୋଟ ଗାଁ ହେଉଛି ମାଧବରମ୍ । ଏହି ଗାଁରେ ପ୍ରତ୍ୟେକ ପରିବାରର ଭାରତୀୟ ସୈନ୍ୟବାହିନୀରେ ପ୍ରତିନିଧିତ୍ୱ ରହିଛି । ପ୍ରତିିଟି ପରିବାରର କେହି ନା କେହି ସୈନ୍ୟବାହିନୀରେ ଯୋଗ ଦେଇ ଏକ ଚମକପ୍ରଦ ଇତିହାସ ସୃଷ୍ଟି କରିଛନ୍ତି । ଏହି ଗାଁର ୧୦୯ ଜଣ ଯୁବକ ଏବେ ସୈନ୍ୟବାହିନୀରେ ନିୟୋଜିତ । ୬୫ ଜଣ ସୈନ୍ୟ ଭାବେ କାମ କରୁଥିବାବେଳେ ଅବଶିଷ୍ଟ ପ୍ରଶାସନିକ କାମରେ ନିୟୋଜିତ ଅଛନ୍ତି ।

ମାଧବରମ ଗାଁରେ ରହନ୍ତି ୧୦୦ ପରିବାର । ପ୍ରତ୍ୟେକଙ୍କ ଘରେ ଭାରତୀୟ ସୈନ୍ୟବାହିନୀର ଫଟୋ ଓ ପଦକ ସଜା ହୋଇ ରହିଥିବାର ଦେଖିବାକୁ ମିଳେ । ଗ୍ରାମର କେତେକ ଅବସର ପ୍ରାପ୍ତ ଲୋକ ଏବେ ସେମାନଙ୍କ ସ୍ମୃତି ପିଲାଙ୍କ ଆଗରେ କହିବାକୁ ଭଲ ପାଇଥାନ୍ତି । ଗ୍ରାମର ନୁଆ ପୀଢିଙ୍କ ନାମ କର୍ଣ୍ଣେଲ, ମେଜର ଏବଂ କ୍ୟାପଟେନ୍ ଆଦି ନାମରେ ନାମିତ କରାଯାଇଥାଏ । ମାଧବରମ୍ ଗ୍ରାମର ଲୋକେ ସୈନିକଙ୍କ ବଳିଦାନ ଏବଂ ସେବାର ସ୍ମୃତି ପାଇଁ ନୂଆଦିଲ୍ଲୀର ଅମର ଜବାନ ଜ୍ୟୋତି ପରି ଏକ ଶହୀଦ୍ ସ୍ମାରକର ମଧ୍ୟ ନିର୍ମାଣ କରିଛନ୍ତି । 
 

02/11/2018

Leave a Reply

Your email address will not be published. Required fields are marked *

Comments