Bikash Khabar
ଆଦର୍ଶଙ୍କ ଗୋଟିଏ ଟ୍ୱିଟ ବଞ୍ଚାଇ ଦେଲା ୨୬ ନାବାଳିକାଙ୍କ ଜୀବନ, ମାନବ ଚାଲାଣ ହେଉଥିବା ନେଇ ସନ୍ଦେହ

  ଅବଧ ଏକ୍ସପ୍ରେସରେ ଯାତ୍ରା କରୁଥିବା ଜଣେ ଯାତ୍ରୀଙ୍କ ଗୋଟିଏ ଟ୍ୱିଟ ଟ୍ରେନରେ ଯାତ୍ରା କରୁଥିବା ୨୬ଜଣ ନାବାଳିକାଙ୍କୁ ବଂଚାଇ ଦେଇଛି । ପୋଲିସ ଏହି ମାମଲାରେ ମାନବ ଚାଲାଣର ଆଶଙ୍କା ପ୍ରକାଶ କରିଛି । ମିଡ଼ିଆ ରିପୋର୍ଟ ଅନୁଯାୟୀ ନାବାଳିକା ମାନଙ୍କୁ ନେଇ ଯାଉଥିବା ଅଭିଯୁକ୍ତମାନଙ୍କୁ ପୋଲିସ ଗିରଫ କରିଛି । ଏହି ମାମଲାର ତଦନ୍ତ ଚାଲିଥିବା ଜଣାଯାଇଛି । ଯାତ୍ରୀଙ୍କ ଏଭଳି ଉଦ୍ୟମକୁ ନେଇ ସୋସିଆଲ ମିଡ଼ିଆରେ ପ୍ରଶଂସାର ସୁଅ ଛୁଟିଛି ।

ସୂଚନା ଅନୁଯାୟୀ ମୁଜାଫରପୁର-ବାନ୍ଦ୍ରା ଅବଧ ଏକ୍ସପ୍ରେସ ଟ୍ରେନର ଯାତ୍ରୀ ଆଦର୍ଶ ଶ୍ରୀବାସ୍ତବ ଜୁଲାଇ ୫ରେ ଟ୍ୱିଟ କରି ସୂଚନା ଦେଇଥିଲେ କି ସେ ଯାଉଥିବା ଟ୍ରେନର ଏସ-୫ରେ ପାଖାପାଖି ୨୫ଜଣ ନାବାଳିକା ଝିଅ ଯାତ୍ରା କରୁଛନ୍ତି । ସେମାନେ କାନ୍ଦୁଛନ୍ତି । ନିଜକୁ ଅସୁରକ୍ଷିତ ଥିବା ପ୍ରକଟ କରୁଛନ୍ତି । ଟ୍ୱିଟ ପାଇବା ପରେ ଅଧିକାରୀମାନେ ସଜାଗ ହୋଇଯାଇଥିଲେ । ଗୋରଖପୁର ଜିଆରପି ଏବଂ ଆରପିଏଫ ୨୬ଜଣ ଶିଶୁଙ୍କୁ କୋଚରୁ ଉଦ୍ଧାର କରିବା ସହ ସଂନ୍ଦିଗ୍ଧ ଚାଲାଣକାରୀଙ୍କୁ ଅଟକ ରଖିଛନ୍ତି । ସୋସିଆଲ ମିଡ଼ିଆରେ ଟୁଇଟ କରିଥିବା ଆଦର୍ଶ ଶ୍ରୀବାସ୍ତବଙ୍କୁ ପ୍ରଶଂସାର ସୁଅ ଛୁଟିଛି । ଆଜି ଆପଣଙ୍କ ପରି ସଚେତନଶୀଳ ନାଗରିକଙ୍କ ଆବଶ୍ୟକତା ଅଛି ବୋଲି ଲୋକ ସଂଗୀତ ଗାୟିକା ମାଳିନୀ ଅୱସ୍ତି ଟ୍ୱିଟର ଉତ୍ତରରେ କହିଛନ୍ତି । 

07/07/2018

Leave a Reply

Your email address will not be published. Required fields are marked *

Comments