Bikash Khabar
ଏଲଜିବିଟି ସମୂହଙ୍କ ପାଇଁ ତିନୋଟି ରାଜ୍ୟରେ ଆରମ୍ଭ ହେଲା ଅନଲାଇନ ସହାୟତା

ଆସାମ, ମଣିପୁର ଏବଂ ମେଘାଳୟ ଆଦି ତିନୋଟି ରାଜ୍ୟରେ ଏଲଜିବିଟି ସମୁଦାୟଙ୍କ ସହାୟତା ପାଇଁ ପ୍ରଥମ କରି ଅନଲାଇନ ସେବା ଆରମ୍ଭ ହୋଇଛି ।
ରିଚ୍ ଆଉଟ ନାମକ ଏକ ସଂଗଠନ ଏଭଳି ତଥ୍ୟ ସେବା ବ୍ୟବସ୍ଥା ଆରମ୍ଭ କରିଛି । ସାଧାରଣ ସ୍ୱାସ୍ଥ୍ୟ, ମାନସିକ ସ୍ୱାସ୍ଥ୍ୟ ଏବଂ ଆଇନଗତ ସହାୟତା ପାଇଁ ଯେ କୌଣସି ଏଲଜିବିଟି ସମୁଦାୟ ଅନଲାଇନ ସେବା ପାଇପାରିବେ ।
ପଶ୍ଚିମବଙ୍ଗର ବାର୍ତ୍ତା ଏବଂ ଚେନ୍ନାଇର ‘ସାଥୀ’ ସଂଗଠନ ସହିତ ଯୋଡ଼ି ହୋଇ ରିଚ୍ ଆଉଟ ଏଲଜିବିଟି ସମୂହଙ୍କ ଉନ୍ନତି ଦିଗରେ ଏଭଳି ପଦକ୍ଷେପ ନେଇଥିବା ଜଣାଯାଇଛି । ଆସାମର ଯୋରହାଟ, ଡ଼ିବ୍ରୃଗଡ଼, ଗୋଲାଘାଟ ଏବଂ କାମରୁପ ଜିଲ୍ଲାକୁ ଏହି ସେବା ସହ ଯୋଡ଼ା ଯାଇଥିବାବେଳେ ମେଘାଳୟର ସିଲଙ୍ଗକୁ ପ୍ରକଳ୍ପାଂଚଳ ଭାବେ ଗ୍ରହଣ କରି ରିଚ୍ ଆଉଟ ତାର କାର୍ଯ୍ୟକ୍ରମ ଆରମ୍ଭ କରିଛି ।
ସମଲିଙ୍ଗି ସଂପର୍କକୁ ସୁପ୍ରିମକୋର୍ଟ ସବୁଜ ସଙ୍କେତ ଦେବା ପରେ ରିଚ୍ ଆଉଟ ସ୍ୱାସ୍ଥ୍ୟସେବା ଓ ଆଇନ ସହାୟତା ଦେବାକୁ ଦେଶରେ ପ୍ରଥମ କରି ଆଗେଇ ଆସିଥିବା ଜଣାଯାଇଛି । 
 

11/09/2018

Leave a Reply

Your email address will not be published. Required fields are marked *

Comments