Bikash Khabar
ହାଇକୋର୍ଟ ଜଜଙ୍କ ମଧ୍ୟରୁ ମାତ୍ର ୯ ପ୍ରତିଶତ ହେଉଛନ୍ତି ମହିଳା

୨୦୧୭ ଏପ୍ରିଲ ଥିଲା ଏକ ଐତିହାସିକ ମୁହୂର୍ତ୍ତ । ଏହି ମାସରେ ମୁମ୍ବାଇ, ଦିଲ୍ଲୀ, କୋଲକତା ଏବଂ ମାଡ଼୍ରାସ ଭଳି ଗୁରୁତ୍ୱପୂର୍ଣ୍ଣ ହାଇକୋର୍ଟରେ ମୁଖ୍ୟ ବିଚାରପତି ଭାବେ ମହିଳାମାନେ ନିଯୁକ୍ତି ପାଇଥିଲେ । କିନ୍ତୁ ଏହି ଘଟଣାର ପୁନଃରାବୃତ୍ତି ହେବା ପାଇଁ ଭାରତୀୟ ନ୍ୟାୟିକ ବ୍ୟବସ୍ଥାକୁ ଆଉ ଏକ ଦଶନ୍ଧି  ଅପେକ୍ଷା କରିବାକୁ ପଡ଼ିବ । ଦେଶର ଉଚ୍ଚ ନ୍ୟାୟାଳୟ ଗୁଡ଼ିକରେ ଏବେ ମାତ୍ର ୯ ପ୍ରତିଶତ ମହିଳା ବିଚାରପତି ନିୟୋଜିତ ଥିବା ଜଣାପଡ଼ିଛି ।

୧୯୫୯ ଫେବୃଆରୀ ୯ରେ ଆନା ଚାଣ୍ଡି କେରଳ ହାଇକୋର୍ଟର ପ୍ରଥମ ମହିଳା ବିଚାରପତି ଭାବେ ନିଯୁକ୍ତି ପାଇଥିଲେ । ୨୦୧୭ରେ ଜଷ୍ଟିସ ମଞ୍ଜୁଳା ଚେଲୁର ଜି.ରୋହିଣି, ନିଶିଥା ନିର୍ମଳା ଏବଂ ଇନ୍ଦିରା ବାନାର୍ଜି ଯଥାକ୍ରମେ ମୁମ୍ବାଇ, ଦିଲ୍ଲୀ, କୋଲକତା ଏବଂ ମାଡ଼୍ରାସ ଉଚ୍ଚ ନ୍ୟାୟାଳୟର ନେତୃତ୍ୱ ନେଇଥିଲେ । ଏପ୍ରିଲ ୧୩, ୨୦୧୭ରେ ଜଷ୍ଟିସ ରୋହିଣି ଅବସର ନେଇଥିଲେ । ଦେଶର ୨୪ଟି ହାଇକୋର୍ଟରେ ମଞ୍ଜୁରୀ ପ୍ରାପ୍ତ ବିଚାରପତିଙ୍କ ସଂଖ୍ୟା ୧୨୨୧ । ଅକ୍ଟୋବର ୧, ୨୦୧୮ ସୁଦ୍ଧା ନିଯୁକ୍ତ ପ୍ରାପ୍ତ ବିଚାରପତିଙ୍କ ସଂଖ୍ୟା ୮୯୧ । ସେମାନଙ୍କ ମଧ୍ୟରୁ ମାତ୍ର ୮୧ ଜଣ ହେଉଛନ୍ତି ମହିଳା ବିଚାରପତି ଯାହାକି ମୋଟ ବିଚାରପତି ସଂଖ୍ୟାର ମାତ୍ର ୯ ପ୍ରତିଶତ । 
 

10/11/2018

Leave a Reply

Your email address will not be published. Required fields are marked *

Comments