Bikash Khabar
ଅପରେସନ ପରୀ, ୧୧ ଦିନରେ ଓଡ଼ିଶା ପୋଲିସ ଦ୍ୱାରା ୧୯୪୭ ଶିଶୁ ଉଦ୍ଧାର

ନିଖୋଜ ଶିଶୁଙ୍କୁ ଖୋଜିବା ପାଇଁ ଆରମ୍ଭ ହୋଇଛି ପରୀ ଅଭିଯାନ । ଓଡ଼ିଶା ପୋଲିସ ପକ୍ଷରୁ ସେପ୍ଟେମ୍ବର ୧ରୁ ଆରମ୍ଭ ହୋଇଥିବା ପରୀ-୨ ଅଭିଯାନରେ ବର୍ତ୍ତମାନ ସୁଦ୍ଧା ୧୪୯୭ ଶିଶୁଙ୍କୁ ଉଦ୍ଧାର କରାଯାଇଥିବା ଜଣାଯାଇଛି ।
ଓଡ଼ିଶା ପୁଲିସ ଏବଂ ମହିଳା ଓ ଶିଶୁବିକାଶ ବିଭାଗ ସମନ୍ୱୟରେ ୮ଟି ଟିମ୍ ଗଢାଯାଇଛି । ଟିମର ସଦସ୍ୟମାନେ ଦିଲ୍ଲୀ, ପଶ୍ଚିମବଙ୍ଗ, ମହାରାଷ୍ଟ୍ର, ତାମିଲନାଡ଼ୁ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ଛତିଶଗଡ଼ ଓ ଝାଡ଼ଖଣ୍ଡ ରାଜ୍ୟରୁ ଉପରୋକ୍ତ ସଂଖ୍ୟକ ଶିଶୁଙ୍କୁ ଉଦ୍ଧାର କରିଥିବା କ୍ରାଇମବ୍ରାଂଚ ଅତିରିକ୍ତ ମହାନିର୍ଦ୍ଦେଶକ ସନ୍ତୋଷ କୁମାର ଉପାଧ୍ୟାୟ ଜଣାଇଛନ୍ତି । ଶ୍ରମ ବିଭାଗ ଓ କ୍ରାଇମବ୍ରାଂଚ ଏହି ନିଖୋଜ ଶିଶୁଙ୍କ ଉଦ୍ଧାରରେ ସହାୟତା କରିଥିଲେ । କନ୍ୟା ସନ୍ତାନଙ୍କ ସୁରକ୍ଷା ପାଇଁ ଓଡ଼ିଶା ପୋଲିସ ମେ ୨୮ରୁ ଜୁନ ୧୨ ଯାଏଁ ପରୀ ପାଇଁ କଥାଟିଏ ଓ ପରୀ ରଥ ପରିକ୍ରମା କରାଇ ସଚେତନତା କରୁଥିବା ସହ ପରି-୨ ନିଖୋଜ ଶିଶୁମାନଙ୍କୁ ଖୋଜି ବାହାର କରିବା ପାଇଁ ଦାୟିତ୍ୱ ନିର୍ବାହ କରୁଛି । ଆଗରୁ ଏହା ଅପରେସନ ମୁସ୍କାନ ନାମରେ ପରିଚିତ ଥିଲା । ସେପ୍ଟେମ୍ବର ୧ରୁ ୧୫ ତାରିଖ ଯାଏ ରାଜରେ ଓ ସେପ୍ଟେମ୍ବର ୧୫ ଠାରୁ ୩୦ ଯାଏଁ ଓଡ଼ିଶାର ନିଖୋଜ ପିଲାଙ୍କୁ ସାରା ଦେଶରେ ଖୋଜାଯିବାର ପ୍ରକ୍ରିୟା ଚାଲୁରହିଛି । 
 

14/09/2018

Leave a Reply

Your email address will not be published. Required fields are marked *

Comments