Bikash Khabar
ଜୈବିକ ଚାଷରୁ କରନ୍ତୁ ରୋଜଗାର, ସରକାର ଦେଉଛନ୍ତି ତାଲିମ ଓ ପ୍ରୋତ୍ସାହନ

 ଦିନକୁ ଦିନ ବଜାରରେ ଜୈବିକ ଉତ୍ପାଦର ଚାହିଦା ବଢିବା ଦେଖାଯାଉଛି । ୨୦୨୦ ସୁଦ୍ଧା ଦେଶର ଜୈବିକ ଉତ୍ପାଦ ବଜାର ୧୨ ହଜାର କୋଟି ଟଙ୍କା ଛୁଇଁବ ବୋଲି ଏକ ରିପୋର୍ଟରୁ ଜଣାପଡ଼ିଛି । ଜୈବିକ ଉତ୍ପାଦ ପ୍ରତି ସୃଷ୍ଟି ହୋଇଥିବା ସମ୍ଭାବନାକୁ ଦେଖି କେନ୍ଦ୍ରସରକାର ବେରୋଜଗାର ଯୁବକମାନଙ୍କ ପାଇଁ କୃଷି ବ୍ୟବସାୟର ମନ୍ତ୍ର ଶିକ୍ଷା ଦିଆଯିବାର ପ୍ରାବଧାନ ସୃଷ୍ଟି କରାଯାଇଛି ।

ଜୈବିକ ଚାଷ ଟକ୍ସିକ ଚାପକୁ ହ୍ରାସ କରିଥାଏ । ପବନ, ପାଣି, ମାଟିରେ ରାସାୟନିକ ପ୍ରଦୂଷଣକୁ ଦୂର କରି ଫସଲ ଫଳାଇବାର ପ୍ରକ୍ରିୟାକୁ ଜୈବିକ ଚାଷ କୁହାଯାଏ । ଯାହା ପରିବେଶକୁ ସୁହାଇଥାଏ । ପ୍ରକୃତିକୁ କ୍ଷତି ନକରି ଆମ ସ୍ୱାସ୍ଥ୍ୟକୁ ସମୃଦ୍ଧ କରାଇଥାଏ ଏହି ଫସଲ । ବିଗତ କିଛି ବର୍ଷ ଧରି ଆମ ଦେଶବାସୀ ସ୍ୱାସ୍ଥ୍ୟ ବାବଦରେ ଦେଶରେ ଜୈବିକ ଚାଷକୁ ପ୍ରୋତ୍ସାହନ ଦେବା ପାଇଁ କେନ୍ଦ୍ର ସରକାରଙ୍କ ଦକ୍ଷତା ବିକାଶ ମନ୍ତ୍ରଣାଳୟ ପକ୍ଷରୁ ପ୍ରଶିକ୍ଷଣ ପ୍ରଦାନ କରାଯାଉଛି । ଏଥିରେ ଜୈବିକ ଚାଷ କ’ଣ, ଏହା କାହିଁକି କରାଯିବା ଉଚିତ, ବିହନ ଓ ଚାରା ଶସ୍ୟ ପରିଚାଳନା ପ୍ରସଙ୍ଗ ଉପରେ ବିଶେଷ ପ୍ରାଥମିକତା ଦିଆଯାଏ । ତାଲିମ ପରେ ଆପଣ ଖୁବ୍ କମ୍ ଜମିରେ ଏପରି ଉପାୟରେ ଚାଷ କରି ଅଧିକ ଲାଭବାନ ହୋଇପାରିବା ଦିଗରେ ସକ୍ଷମ ହୋଇପାରିବେ । 

14/08/2018

Leave a Reply

Your email address will not be published. Required fields are marked *

Comments