Bikash Khabar
ରାୟଗଡ଼ା ମୁନିଗୁଡ଼ା ହାଟରେ ଲିଭିଂ ଫାର୍ମ ପକ୍ଷରୁ ଖୋଲିବ ସାର ଓ ବିଷମୁକ୍ତ ଖାଦ୍ୟ

  ପ୍ରତି ବୁଧବାର ଦିନ ବସୁଥିବା ମୁନିଗୁଡ଼ା ସାପ୍ତାହିକ ହାଟରେ ଉପଲବ୍ଧ ହେବ ବିଷମୁକ୍ତ ଖାଦ୍ୟ । ଡାଲି ଚାଉଳରୁ ଆରମ୍ଭ କରି ପନିପରିବା ଯାଏ ବିନା ରାସାୟନିକ ସାର ଓ କୀଟନାଶକ ପ୍ରୟୋଗରେ ହେଉଥିବା ଫସଲକୁ ହାଟରେ ବିକ୍ରୀବଟ୍ଟା କରାଯିବ । ଏମିତି ଏକ ମହତ୍ୱାକାଂକ୍ଷୀ ଉଦ୍ୟମ ଆରମ୍ଭ କରିବାକୁ ଯାଉଛି ଲିଭିଂ ଫାର୍ମ ନାମରେ ଏକ ସାମାଜିକ ସଂଗଠନ । ପାରିବାରିକ ନିରାପଦ ଖାଦ୍ୟ କେନ୍ଦ୍ର ନାମରେ ଦୋକାନ ମାନ ଖୋଲାଯିବ । ଲିଭିଂ ଫାର୍ମ ସହ ଅନୁବନ୍ଧିତ ଓ ପ୍ରୋତ୍ସାହିତ ଚାଷୀମାନେ ଏହି ବ୍ୟାନରରେ ଉତ୍ପାଦିତ ଶସ୍ୟ, ପନିପରିବା ଫଳମୂଳ ଆଦି ବିକ୍ରୀ କରିବେ । ଉତ୍ପାଦ ଉପରେ ପିଜିଏସ ନଜର ରଖିବ ଓ ଅସଲି ଉତ୍ପାଦ ଗୁଡ଼ିକରେ ପିଜିଏସର ଲୋଗୋ ରହିବ । ଏହି ବଜାରରେ ଗ୍ରାହକମାନେ ଏକ ସ୍ଥିରୀକୃତ ମୂଲ୍ୟରେ ଦ୍ରବ୍ୟ କିଣିବେ । କୌଣସି ପ୍ରକାର ମୂଲଚାଲ କରାଯିବ ନାହିଁ । ଉତ୍ପାଦ କିଣିବା ପାଇଁ ନୁଆ ଗ୍ରାହକମାନେ କୃଷକ-ଗ୍ରାହକ କମିଟି ଜରିଆରେ ଯୋଡ଼ି ହେବେ । ଏବେ ମୁନିଗୁଡ଼ା, ବିଷମକଟକ ଓ ଚନ୍ଦ୍ରପୁରର ୩ହଜାର ୫୦୦ କ୍ଷୁଦ୍ର ଓ ଭାଗଚାଷୀ ଏଥିରେ ଯୋଡ଼ି ହୋଇଛନ୍ତି ।

ଖାଦ୍ୟ ନାମରେ ଆମେ ବିଷ ଖାଉଛେ । ପ୍ରତ୍ୟେକ ଦ୍ରବ୍ୟରେ ବିଷ ଥିବାରୁ ନାନା ପ୍ରକାର ରୋଗ ହେଉଛି । ଖାଉଟିଙ୍କୁ ଅସଲି ଦ୍ରବ୍ୟ ବିକିବା ପାଇଁ ଏପ୍ରକାର ପଦକ୍ଷେପ ନିଆଯାଇଥିବା ଲିଭିଂ ଫାର୍ମ ପକ୍ଷରୁ କୁହାଯାଇଛି । 

09/07/2018

Leave a Reply

Your email address will not be published. Required fields are marked *

Comments