Bikash Khabar
କବିତା ଫଗୁଣ ସମାରୋହ, ୫୦ କବି ପାଠ କଲେ ସ୍ୱରଚିତ କବିତା

ଭୁବନେଶ୍ୱର ଉପକଣ୍ଠ ସରଦେଇପୁର ଆମ୍ବତୋଟାରେ ୫୦ରୁ ଅଧିକ କବିଙ୍କୁ ନେଇ ଅନୁଷ୍ଠିତ ହୋଇଯାଇଛି ଏକ କବି ସମ୍ମିଳନୀ । ଆମ୍ରବୃକ୍ଷ ପରିବେଷ୍ଟିତ ଏହି ଉତ୍ସବ ସ୍ଥାନରେ କବିମାନେ ସେମାନଙ୍କ ସ୍ୱରଚିତ କବିତାମାନ ଆବୃତ୍ତି କରିଥିଲେ । ମଂଚରେ ଉପସ୍ଥିତ ଥିଲେ ସର୍ବଶ୍ରୀ ରଜନୀ ରଞ୍ଜନ ଦାଶ, କଥାକାର ଅଜୟ ସ୍ୱାଇଁ, ସାମ୍ବାଦିକ ବଙ୍କିମ ପଟ୍ଟନାୟକ, ଶିଶୁ ସାହିତ୍ୟିକ ଅରୁଣ ମହାନ୍ତି ଏବଂ କଣ୍ଠଶିଳ୍ପୀ ସନ୍ତୋଷ ଦାସ, କବି ବାଦଲ ମହାନ୍ତି, କୈଳାସ ବେହେରା, ଭାସ୍ୱତି ବସୁ, ପ୍ରଣୟ ସୁଧା, ସୁଶ୍ରୀ ସାମନ୍ତରାୟ, ପୂର୍ଣ୍ଣଚନ୍ଦ୍ର ମହାରଣା ପ୍ରମୁଖ କବିତା ପାଠ କରିଥିଲେ । କବିତା ଗୁଡ଼ିକୁ ସଂଯୋଜନା କରିଥିଲେ ବିପିନ ବେହେରା । କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ନିରଞ୍ଜନ ନାୟକ, ସବିତା ରଥ ଏବଂ ସୁମନ୍ତ ସୁବୁଦ୍ଧି । ପରିଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ କବି ଅକ୍ଷୟ ସ୍ୱାଇଁ ।

18/03/2019

Leave a Reply

Your email address will not be published. Required fields are marked *

Comments