Bikash Khabar
ପାରିଶ୍ରମିକ ବଢାଇଲେ ପ୍ରଧାନମନ୍ତ୍ରୀ : ଅଙ୍ଗନୱାଡ଼ି ପାଇବେ ୪୫୦୦, ସହାୟିକା ୨୨୫୦

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମାତୃ ଓ ଶିଶୁ ସ୍ୱାସ୍ଥ୍ୟ କ୍ଷେତ୍ରରେ କାମ କରୁଥିବା ଅଙ୍ଗନୱାଡ଼ିକର୍ମୀଙ୍କ ପାରିଶ୍ରମିକ ବଢାଇଛନ୍ତି । ଏହା ଆଗାମୀ ଅକ୍ଟୋବର ମାସରୁ ଲାଗୁ ହେବ ।
ଆଶାକର୍ମୀ ମାନଙ୍କୁ କେନ୍ଦ୍ରସରକାର ପ୍ରଦାନ କରୁଥିବା ନିୟମିତ ଭତ୍ତା ଦୁଇ ଗୁଣ କରାଯିବ ବୋଲି ପ୍ରଧାନମନ୍ତ୍ରୀ ଆଶା, ଅଙ୍ଗନୱାଡ଼ି ଏବଂ ଏଏନଏମଙ୍କ ସହିତ ଏକ ଭିଡ଼ିଓ କନଫେରେନ୍ସି ମାଧ୍ୟମରେ ମତ ବିନିମୟ ବେଳେ ଘୋଷଣା କରିଛନ୍ତି ।
ଆଶାକର୍ମୀ ଏବଂ ସେମାନଙ୍କର ସହାୟିକାମାନଙ୍କୁ ପ୍ରଧାନମନ୍ତ୍ରୀ ଜୀବନଜ୍ୟୋତି ବୀମାଯୋଜନା ଏବଂ ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମାଯୋଜନା ଅଧିନରେ ମାଗଣା ବୀମାଭୂକ୍ତ କରାଯିବ । ଯେଉଁମାନେ ପୂର୍ବରୁ ୩ ହଜାର ଟଙ୍କା ପାଉଥିଲେ ଏବେ ସେମାନେ ୪୫୦୦ ଟଙ୍କା ପାଇବେ । ସେହିପରି ଯେଉଁମାନେ ୨୨୦୦ ଟଙ୍କା ପାଉଥିଲେ ସେମାନେ ୩୫୦୦ ଟଙ୍କା ପାଇବେ । ଅଙ୍ଗନବାଡ଼ି ସହାୟିକାମାନଙ୍କ ପାରିଶ୍ରମିକ ୧୫୦୦ ଟଙ୍କାରୁ ୨୨୫୦ ଟଙ୍କା କରାଯାଇଛି ।
 

12/09/2018

Leave a Reply

Your email address will not be published. Required fields are marked *

Comments