Bikash Khabar
ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନା ସ୍ୱାଭିମାନ ସହ ବଂଚିବାର ବାଟ ଦେଖାଇବ

ଯାଁଳାରେ ଥିବା ଅମ୍ରିତା ବିଦ୍ୟାଳୟମ ପରିସରରେ ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନା । ଦକ୍ଷତା ପ୍ରଶିକ୍ଷଣ କେନ୍ଦ୍ରକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉଦଘାଟନ କରିଛନ୍ତି । ସ୍କୁଲଟି ଖୋର୍ଦ୍ଧା ଜିଲ୍ଳାର ୪ଟି ଗାଁକୁ ପୋଷ୍ୟ ଗ୍ରାମ ରୂପେ ଗ୍ରହଣ କରି ଗାଁର ସର୍ବାଙ୍ଗୀନ ବିକାଶ ପାଇଁ ପ୍ରତିଶୃତିବଦ୍ଧତା ପ୍ରକାଶ କରିଛି । ଏହି ଶିକ୍ଷାନୁଷ୍ଠାନର ୨୦୦ ପିଲାଙ୍କ ଦକ୍ଷତା ବୃଦ୍ଧି ପାଇଁ ଭାରତ ସରକାର ସହାୟତାର ହାତ ବଢାଇ ଦେଇଛନ୍ତି ।

ଏହି କେନ୍ଦ୍ରରେ ପିଲାଙ୍କୁ ପାଇପ ମିସ୍ତ୍ରୀ, ଘରୋଇ  ସହଯୋଗୀ, ଟେଲରିଂ, କମ୍ପ୍ୟୁଟର ଡ଼ାଟା ଏଣ୍ଟ୍ରି ଅପରେଟର, ମେକାନିକ୍ ଆଦି ବିଭିନ୍ନ ବର୍ଗରେ ପ୍ରଶିକ୍ଷଣ ପ୍ରଦାନ କରାଯିବ । ସ୍ୱାବଲମ୍ବୀ ହେବା ପାଇଁ ମୁଦ୍ରା ଯୋଜନାରେ କମ୍ ସୁଧରେ ତାଲିମ ପ୍ରାପ୍ତ ବିଦ୍ୟାର୍ଥିଙ୍କୁ ଋଣ ଦିଆଯିବ । ସେମାନେ ଏହାଦ୍ୱାରା କେବଳ ସ୍ୱାବଲମ୍ବୀ  ହେବେନି ବରଂ ନିଜ ନିଜ ୟୁନିଟର ମାଲିକ ହେବେ । ନିଜ ଉଦ୍ୟୋଗ ନିଜେ ପରିଚାଳନା କରିବେ ବୋଲି କେନ୍ଦ୍ରମନ୍ତ୍ରୀ ପ୍ରଧାନ ଉଦଘାଟନ ଅବସରରେ ଆଶା ପୋଷଣ କରିଥିଲେ । ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନା ଅଧିନରେ ଦକ୍ଷତା ପ୍ରଶିକ୍ଷଣ କେନ୍ଦ୍ର ଓଡ଼ିଆ ପିଲାଙ୍କୁ ସମ୍ମାନ ଓ ସ୍ୱାଭିମାନ ସହକାରେ ବଂଚିବାର ରାସ୍ତା ଦେଖାଇବ ବୋଲି ପ୍ରଧାନ କହିଥିଲେ ।

14/01/2019

Leave a Reply

Your email address will not be published. Required fields are marked *

Comments