Bikash Khabar
ଆର୍ଥିକ ସମସ୍ୟାରେ ସନ୍ତୁଳି ହେଉଛି ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ, ଏବେ ୮୦୦ କୋଟିରେ ବିକିବ ନିଜ ଦିଲ୍ଲୀ ମୁଖ୍ୟ କାର୍ଯ୍ୟାଳୟ

 ଦେଶର ସବୁଠୁ ବଡ଼ ବ୍ୟାଙ୍କ ଦୁର୍ନିତୀର କ୍ଷତ ଏବଂ ଏହାର ଯନ୍ତ୍ରଣା ଭୋଗୁଥିବା ପିଏନବି ନିଜର ଘା ଶୁଖାଇବା ପାଇଁ ଉପାୟ ଖୋଜୁଛି । ନିଜର ଫସି ରହିଥିବା ଟଙ୍କା କିଭଳି ଫେରିପାଇବ ତାହାକୁ ନେଇ ନାନା ଉପାୟ ଚିନ୍ତା କରାଯାଉଛି । ଏଭଳି ସ୍ଥିତିରେ ବ୍ୟାଙ୍କ ନିଜର କିଛି ପୁରୁଣା ଓ ଅବ୍ୟବହୃତ ସମ୍ପତ୍ତି ବିକ୍ରୀ କରିବାର ପ୍ରୟାସ କରୁଛି । ବିକ୍ରୀ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଏପରି ବିକ୍ରୀରୁ ବ୍ୟାଙ୍କ ୮୦୦କୋଟି ଟଙ୍କା ପାଇବ ବୋଲି ଆଶା ରଖିଛି ।

ନୁଆଦିଲ୍ଲୀରେ ଥିବା ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ ବିକ୍ରୀ ହେବାର ପ୍ରକ୍ରିୟା ଆରମ୍ଭ ହୋଇଛି । ଦକ୍ଷିଣ ଦିଲ୍ଲୀର ଏହି ଯାଗାକୁ ନେଇ ବଜାରରେ ଚଢା ଚାହିଦା ରହିଛି । ଏହି କୋଠା ୮୦୦ କୋଟି ଟଙ୍କାର ମୂଲ୍ୟାଙ୍କନ କରାଯାଇଛି । ପିଏନବି ବର୍ଷର ପ୍ରଥମ ତ୍ରୟୋମାସରେ ୭୭୦୦ କୋଟି ଟଙ୍କାର ବକେୟା ଅସୁଲ କରିଛି । ବ୍ୟାଙ୍କ ଧିରେ ଧିରେ ଅଣ୍ଟା ସଳଖିବାକୁ ପ୍ରୟାସ କରୁଛି । 

10/08/2018

Leave a Reply

Your email address will not be published. Required fields are marked *

Comments