Bikash Khabar
ମାଟି ଦୀପରେ ରଙ୍ଗ ଭରୁଛନ୍ତି ଦିବ୍ୟାଙ୍ଗ ଛାତ୍ରଛାତ୍ରୀ

ଆଉ ଗୋଟିଏ ଦିନ ପରେ ଆଲୋକର ପର୍ବ ଦୀପାବଳି । ଉତ୍ସବକୁ ପାଳିବା ପାଇଁ ଗାଁ ଠୁ ସହର ଚାରିଆଡ଼େ ଦେଖିବାକୁ ମିଳୁଛି ପ୍ରସ୍ତୁତିରେ ଉତ୍ସାହ । ଏହି ପର୍ବକୁ ନିଆରା ଭାବେ ମନାଇବା ପାଇଁ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ନିକଟରେ ପହଂଚି ଯାଇଛି ‘ୟୁଥ୍ ଫର ସେବା’ ନାମକ ଏକ ସାମାଜିକ ସଂଗଠନ । ବିଦ୍ୟାର୍ଥିମାନେ ଦମର ସହିତ ମାଟି ଦୀପରେ ରଙ୍ଗ ଭରିବାର କାମରେ ମାତି ଯାଇଛନ୍ତି । ପରିବେଶକୁ ସୁହାଇଲା ଭଳି ଏହି ଦୀପ ଦୀପାବଳୀକୁ ସରସ କରାଇବ । ମାଟିରେ ଦୀପ ତିଆରି ଓ ଦୀପକୁ ରଙ୍ଗୀନ କରିବା କାର୍ଯ୍ୟକ୍ରମର ନାମ ଦିଆଯାଇଛି ‘ପେଇଣ୍ଟ ଦିୟା’ । ଦିବ୍ୟାଙ୍ଗ ବିଦ୍ୟାର୍ଥିମାନେ ଦୀପ ଗୁଡ଼ିକୁ ରଙ୍ଗାୟିତ କରିବା ପରେ ଏହା ବିକ୍ରୀ ପାଇଁ ବଜାରରେ ଉପଲବ୍ଧ ହେବ ବୋଲି ସଂଗଠନର ସଂଯୋଜକ କହିଛନ୍ତି ।

ଦିବ୍ୟାଙ୍ଗ ବିଦ୍ୟାର୍ଥିଙ୍କୁ ବିଭିନ୍ନ କ୍ଷେତ୍ରରେ ଦକ୍ଷତା ସଂପନ୍ନ କରାଗଲେ ସେମାନେ ସ୍ୱାବଲମ୍ବୀ ହୋଇପାରିବେ ଓ ଏଥିପାଇଁ ସଂଗଠନ ପ୍ରୟାସ କରୁଥିବା ୟୁଥ୍ ଫର ସେବା ପକ୍ଷରୁ କୁହାଯାଇଛି । 
 

05/11/2018

Leave a Reply

Your email address will not be published. Required fields are marked *

Comments