Bikash Khabar
ଗାତରେ ପଡ଼ି ଦୈନିକ ପ୍ରାଣ ହରାଉଛନ୍ତି ୧୦ ଭାରତୀୟ

୨୦୧୭ରେ ଗାଢାରେ ପଡ଼ି ୩,୫୯୭ଙ୍କ ଜୀବନ ଯାଇଛି । ଅଥଚ ସେହି ସମୟ ମଧ୍ୟରେ ମାଓବାଦୀ ଆକ୍ରମଣ କାରଣରୁ ପ୍ରାଣ ହରାଇଛନ୍ତି ୮୦୩ ଭାରତୀୟ । ଗାତରେ ପଡ଼ି ମୃତ୍ୟୁବରଣ କରିବା ଘଟଣା ପ୍ରତିବର୍ଷ ବଢିବାରେ ଲାଗିଛି । ୨୦୧୩ରୁ ୨୦୧୭ ପାଂଚ ବର୍ଷରେ ଏଭଳି ମୃତ୍ୟୁ ସଂଖ୍ୟା ଦେଶରେ ୧୪,୯୩୬ ହୋଇଥିବା ଜଣାଯାଇଛି ।

ସର୍ବୋଚ୍ଚ ଅଦାଲତ ଗୁରୁବାର ଏ ଘଟଣାକୁ ଗୁରୁତର ସହ ନେଇଛନ୍ତି । ଏହି ଘଟଣାରେ ସଂପୃକ୍ତ ଅଧିକାରୀମାନଙ୍କୁ ଉତ୍ତରଦାୟୀ କରାଯିବା ସହ ପୀଡ଼ିତ ପରିବାରକୁ ଆବଶ୍ୟକୀୟ ଅନୁକମ୍ପା ରାଶି ପ୍ରଦାନ ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହାର ସମାଧାନ ପାଇଁ କେନ୍ଦ୍ରସରକାର ରାଜ୍ୟସରକାରଙ୍କ ସହ ଆଲୋଚନା କରିବାକୁ ପରାମର୍ଶ ଦେଇଛନ୍ତି ସର୍ବୋଚ୍ଚ ଅଦାଲତ ।
ସୂଚନା ଯୋଗ୍ୟ ଯେ ସଡ଼କରେ ଚଳପ୍ରଚଳ କରୁଥିବା ୧୮ କୋଟି ଯାନବାହାନ ମଧ୍ୟରୁ ମାତ୍ର ୬କୋଟି ଯାନବାହାନ ବୀମାଭୁକ୍ତ ହୋଇଛନ୍ତି । ଅନେକ କ୍ଷେତ୍ରରେ ଗାଡ଼ି ମାଲିକ ବର୍ଷେ ପରେ ଆଉ ଥାର୍ଡ଼ ପାର୍ଟି ଇନସ୍ୟୁରାନ୍ସ କରୁନାହାନ୍ତି । 
 

07/12/2018

Leave a Reply

Your email address will not be published. Required fields are marked *

Comments