Bikash Khabar
ଟିକସ ରିଟର୍ଣ୍ଣ ପାଇଁ ପାନ୍-ଆଧାର ଲିଙ୍କ୍ ଜରୁରୀ

ଆୟକର ଟିକସ ଭରିବା ପାଇଁ ପାନ୍ କାର୍ଡ଼ ସହ ଆଧାର ଲିଙ୍କ୍ ବାଧ୍ୟତାମୂଳକ ବୋଲି ସୁପ୍ରିମ କୋର୍ଟ ସ୍ପଷ୍ଟ ସୂଚାଇ ଦେଇଛନ୍ତି । ଦିଲ୍ଲୀ ହାଇକୋର୍ଟଙ୍କ ରାୟ ବିରୋଧରେ କେନ୍ଦ୍ରସରକାର କରିଥିବା ଆବେଦନକୁ ଶୁଣାଣି କରି ଜଷ୍ଟିସ ଏକେ ସିକ୍ରି ଓଏସ ଅବଦ୍ଦୁଲ ନାଜିରଙ୍କ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନା ଯୋଗ୍ୟ ଯେ ପାନ୍ ସହ ଆଧାର ଲିଙ୍କ୍ ନକରି ଶ୍ରେୟାସେନ ଓ ଜୟଶ୍ରୀ ସାତପୁତେଙ୍କୁ ଆୟକର ଦାଖଲ କରିବା ପାଇଁ ଦିଲ୍ଲୀ ହାଇକୋର୍ଟ ଅନୁମତି ଦେଇଥିଲେ । ଏହାକୁ ବିରୋଧ କରି କେନ୍ଦ୍ରସରକାର ସୁପ୍ରିମକୋର୍ଟ ଯାଇଥିଲେ । ସୁପ୍ରିମକୋର୍ଟ ଆୟକର ନିୟମର ଧାରା ୧୩୯ ଏଏ କୁ ବୈଧ ଦର୍ଶାଇ ଆଧାର ସହ ପାନ୍ ଲିଙ୍କ ନକଲେ ଆୟକର ଦାଖଲ କରିହେବନି ବୋଲି ନିର୍ଦ୍ଦେଶ ଦେଇଥିଲେ ।
ବ୍ୟାଙ୍କରେ ଖାତା ଖୋଲିବା, ମୋବାଇଲି ଫୋନ ଓ ସ୍କୁଲ ନାମ ଲେଖା ପ୍ରକ୍ରିୟାରେ ଆଧାର ଲିଙ୍କକୁ ବାଧ୍ୟତାମୂଳକ କରାଯାଇପାରିବ ନାହିଁ ବୋଲି କୋର୍ଟ ପୂର୍ବରୁ ଦର୍ଶାଇଛନ୍ତି । ୨୦୧୯-୨୦ ବର୍ଷ ଠାରୁ ଆୟକର ରିଟର୍ଣ୍ଣ ପୂର୍ବରୁ ପାନ୍ ସହ ଆଧାର ଲିଙ୍କ କରାଇ ନେବାକୁ କୁହାଯାଇଛି ।

07/02/2019

Leave a Reply

Your email address will not be published. Required fields are marked *

Comments