Bikash Khabar
ଯୋଜନା ସାତ ସପନ : ଟଙ୍କିକିଆ ଚାଉଳ ପାଇଁ ୬୦ କିମି ଜଳଯାତ୍ରା

ଦେଶର ଏହା ଏକ ବିରଳତମ ଘଟଣା । ନିଜ ପଂଚାୟତକୁ ଯିବାକୁ ଲୋକଙ୍କୁ କରିବାକୁ ହୁଏ ୬୦ କିମିର ବିପଦ ସଙ୍କୁଳ ଜଳଯାତ୍ରା । ୬୦ କିମି ଜଳଯାତ୍ରା ପରେ ବି ନିସ୍ତାର ନାହିଁ । ପୁଣି ଆଗକୁ ୫ କିମି ପାଦ ଚଲା ରାସ୍ତା ଅତିକ୍ରମ କରିବାକୁ ହୁଏ । ନିଜ ଗ୍ରାମପଂଚାୟତକୁ ଏତକ ଦୂରତା ଅତିକ୍ରମ କ୍ଷେତ୍ରରେ ଏହା ଦେଶର ଏକ ନିଆରା ଘଟଣା ବୋଲି ଅଭିଯୋଗ ଉଠିଛି । ଏଭଳି ବିରଳ ଗ୍ରାମ ବୋଧ ହୁଏ ଆଉ କେଉଁଠି ଥିବା ଅନୁମାନ କରିହୁଏନି ।

ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ନାକାମାମୁଡ଼ି ପଂଚାୟତର ମୁଦୁଲିଗୁଡ଼ା ଓ ବାୟାପଡ଼ା ଗ୍ରାମବାସୀ ନିଜ ପଂଚାୟତକୁ ଯିବା ପାଇଁ ଅଙ୍ଗୁରଗୁଡ଼ାରୁ ଲଂଚରେ ୬୦ କିମି ଯାତ୍ରା କରି ଡ଼ାଇକ-୩ ପର୍ଯ୍ୟନ୍ତ ଆସିଥାନ୍ତି । ସେଠାରୁ ପଂଚାୟତକୁ ୫ କିମି ଚାଲି ଚାଲି ପହଂଚନ୍ତି । ବାର୍ଦ୍ଦକ୍ୟଭତ୍ତା, ଟଙ୍କିକିଆ ଚାଉଳ, ସ୍ୱାସ୍ଥ୍ୟସେବା ସବୁ ପଂଚାୟତରେ ମିଳୁଥିବାରୁ ପ୍ରତି ମାସରେ ମୁଦୁଲିଗୁଡ଼ା ଓ ବାୟାପଡ଼ାବାସୀ ୬୦ କିମିର ବିପଦ ସଙ୍କୁଳ ଯାତ୍ରା କରି ପଂଚାୟତରେ ପହଂଚନ୍ତି । ମୁଦୁଲିଗୁଡ଼ାରେ ନୂତନ ଗ୍ରାମ ପଂଚାୟତର ଦାବି ଏବେ ବି ପୂରଣ ହୋଇପାରୁନାହିଁ । ଦାବି ପୂରଣ ନହେଲେ ଗ୍ରାମବାସୀ ନିର୍ବାଚନ ବର୍ଜନ କରିବେ ବୋଲି ଚେତାବନୀ ଦେଇଛନ୍ତି । ସୂଚନା ଯୋଗ୍ୟ ଯେ ଏହି ଗାଁରେ ସ୍କୁଲ ଅଛି କିନ୍ତୁ ଶିକ୍ଷକ ନାହାନ୍ତି ।

15/01/2019

Leave a Reply

Your email address will not be published. Required fields are marked *

Comments