Bikash Khabar
ସାଂସଦ ବ୍ୟବହାର କରିବେ ଡ଼ିଜିଟାଲ ଟେକ୍ନୋଲୋଜି, ପାର୍ଲାମେଣ୍ଟ ହେବ କାଗଜ ବିହୀନ

ପାର୍ଲାମେଣ୍ଟ ଏବଂ ରାଜ୍ୟ ବିଧାନସଭା ଗୁଡ଼ିକୁ କାଗଜ ଶୂନ୍ୟ କରିବା ପାଇଁ ପ୍ରୟାସ ଆରମ୍ଭ ହୋଇଛି । ସଂସଦ ଓ ବିଧାନସଭାକୁ କିଭଳି କାଗଜ ମୁକ୍ତ କରାଯିବ ତାକୁ ନେଇ ସଂସଦୀୟ ବ୍ୟାପାର ମନ୍ତ୍ରାଳୟ ଏକ ପ୍ରକଳ୍ପ ପ୍ରସ୍ତୁତି କରିଛି । ପାର୍ଲାମେଣ୍ଟର ଉଭୟ ଗୃହ ଏବଂ ବିଧାନସଭା ଗୁଡ଼ିକରେ ମୋଟ ୫୩୭୯ ସଦସ୍ୟ ଏଣିକି ଡ଼ିଜିଟାଲ ଟେକ୍ନୋଲୋଜି ବ୍ୟବହାର କରିବେ ।

ସମସ୍ତ ବିଧାୟକ ଓ ସାଂସଦମାନେ ଡ଼ିଜିଟାଲ ଟେକ୍ନୋଲୋଜି ବ୍ୟବହାର କଲେ କାଗଜ ସଂଚୟ ସହ ସମୟ ବଂଚିପାରିବ । ତଥ୍ୟ ସନ୍ନିବେସିତ ଏକତ୍ରିକରଣ ପାଇଁ ଏହା ସେମାନଙ୍କୁ ବେଶ୍ ସହାୟକ ହୋଇପାରିବ । ନ୍ୟାସନାଲ୍ ଇ-ବିଧାନ (ନେଭା) ନାମରେ ଏହି ପ୍ରକଳ୍ପର କାମ ଆରମ୍ଭ ହୋଇଥିବା ଜଣାଯାଇଛି । ସାଂସଦ ଓ ବିଧାୟକମାନେ ଇ-ପ୍ଲାଟଫର୍ମ ଜରିଆରେ ପ୍ରଶ୍ନ ପଚାରିବା ଲାଗି ନୋଟିସ ଅନଲାଇନ ପଠାଇବେ । ଉକ୍ତ ପ୍ରଶ୍ନକୁ ଡ଼ିଜିଟାଲ ମାଧ୍ୟମରେ ସଂପୃକ୍ତ ମନ୍ତ୍ରାଳୟ ଏବଂ ବିଭାଗକୁ ପଠାଯିବ । 
 

27/12/2018

Leave a Reply

Your email address will not be published. Required fields are marked *

Comments