Bikash Khabar
ସବୁଜ ଦୀପାବଳୀର ବାର୍ତ୍ତା ଦେଲେ ଚିତ୍ରଶାଳାର କୁନି ଚିତ୍ରଶିଳ୍ପୀ

ସାମାଜିକ ପ୍ରସଙ୍ଗକୁ ଚିତ୍ରରେ ପରିସ୍ପୁଟ କରାଇ ଜନ ସଚେତନତା ଦିଗରେ ଅଙ୍ଗକାରବଦ୍ଧ ଥିବା ଚିତ୍ରଶିକ୍ଷା ଅନୁଷ୍ଠାନ ‘ଚିତ୍ରଶାଳା’ ପକ୍ଷରୁ ଆଲୋକର ପର୍ବ ଦୀପାବଳୀର ଅବ୍ୟବହିତ ପୂର୍ବରୁ ଏକ ନିଆରା ଚିତ୍ର ଅଙ୍କନ ଓ ପ୍ରଦର୍ଶନୀ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । କୁନି ଚିତ୍ରଶିଳ୍ପୀମାନେ ଆଲୋକର ପର୍ବ ଦୀପାବଳୀକୁ ପ୍ରଦୂଷଣ ଏବଂ ବିପଦମୁକ୍ତ କରିବା ପାଇଁ ଚିତ୍ରରେ ସବୁଜ ଦୀପାବଳୀ ପାଳନର ବାର୍ତ୍ତା ଦେଇଛନ୍ତି ।

ଭୁବନେଶ୍ୱରସ୍ଥିତ ଇନ୍ଦ୍ରପସ୍ଥ କଲୋନୀ ଫେଜ୍-୨୦ରେ ଥିବା ଅନୁଷ୍ଠାନ ପରିସରରେ ବିଦ୍ୟାର୍ଥୀମାନେ ଇକୋ-ଫ୍ରେଣ୍ଡଲି୍ ଦୀପାବଳୀର ଉପାଦେୟତାକୁ ଚିତ୍ରରେ ଫୁଟାଇଛନ୍ତି । ଅନୁଷ୍ଠାନର ପ୍ରତିଷ୍ଠାତା ଅନସୂୟା ସାହୁ ବିଦ୍ୟାର୍ଥିଙ୍କ ‘ସେ ନୋ ଟୁ କ୍ରାକର୍ସ’କୁ ସମର୍ଥନ କରି କହନ୍ତି ଦେଶରେ ୫୦ ପ୍ରତିଶତ ବାୟୁ ପ୍ରଦୂଷଣ ଦୀପାବଳୀ ସମୟରେ ହୋଇଥାଏ । ବାଣୁ ନିର୍ଗତ ଧୂଆଁରେ ସଲଫର ଡ଼ାଇଅକ୍ସାଇଡ଼, କାର୍ବନ ଡ଼ାଇଅକ୍ସାଇଡ଼ ଓ କାର୍ବନ ମନୋଅକ୍ସାଇଡ଼୍ ପରି ମାରତ୍ମକ ଗ୍ୟାସ ଶ୍ୱାସ ପରି ମାରାତ୍ମକ ରୋଗ ସୃଷ୍ଟି କରେ । ଶବ୍ଦ ପ୍ରଦୂଷଣର ଜ୍ଜାଳା ମଧ୍ୟ ଭୋଗିବାକୁ ପଡ଼ିଥାଏ । ଦୀପାବଳୀ ସମୟରେ କମ୍ ଶବ୍ଦ ଓ କମ୍ ଧୂଆଁ ହେଲା ଭଳି ବାଣ ବ୍ୟବହାର କରିବାକୁ ନେଇ ବିଦ୍ୟାର୍ଥିମାନେ ଚିତ୍ତାକର୍ଷକ ଚିତ୍ର ପ୍ରସ୍ତୁତ କରି ପ୍ରଦର୍ଶିତ କରାଇଥିଲେ । ଏହି କାର୍ଯ୍ୟକ୍ରମରେ ଧଉଳି ଚାରୁକଳା ମହାବିଦ୍ୟାଳୟର ଅଧ୍ୟକ୍ଷ ପଂଚାନନ ସାମଲ, ସାମାଜିକ କର୍ମୀ ସୁଶାନ୍ତ ସାହୁ, ମାନସ ବେଉରା ପ୍ରମୁଖ ଯୋଗଦେଇ କୁନି ଶିଳ୍ପୀଙ୍କ ଉଦ୍ୟମକୁ ପ୍ରଶଂସା କରିଥିଲେ । 
 

02/11/2018

Leave a Reply

Your email address will not be published. Required fields are marked *

Comments