Bikash Khabar
ଏମସରେ ଅପରେସନ ପାଇଁ ଲମ୍ବା ଅପେକ୍ଷାର ଅନ୍ତ ଘଟିବ

ଦିଲ୍ଲୀ ଏମ୍ସରେ ଅପରେସନ ପାଇଁ ଆଉ ଲମ୍ବା ସମୟ ଧରି ଅପେକ୍ଷା କରିବାକୁ ପଡ଼ିବନି । ହସ୍ପିଟାଲର ନୁଆ ଅପରେସନ ବ୍ଲକର ଆରମ୍ଭ ଏପ୍ରିଲ ସୁଦ୍ଧା ହୋଇଯିବ । ଏମ୍ସରେ ୧୨ ଅପରେସନ ଥିଏଟର ଏବଂ ୨୦୦ ଶର୍ଯ୍ୟା ବିଶିଷ୍ଟ ସର୍ଜିକାଲ ବ୍ଲକର ନିର୍ମାଣ ସରିଥିବା ନେଇ ସୂଚନା ମିଳିଛି ।

ଏମ୍ସର ନୁଆ ସର୍ଜିକାଲ ବ୍ଲକର ସ୍ୱତନ୍ତ୍ରତା ହେଉଛି ଯେ ଏଠାରେ ଡ଼େକେୟାର ସର୍ଜରୀ ସୁବିଧା ମିଳିବ । ଅର୍ଥାତ୍ ରୋଗୀଙ୍କୁ ସକାଳେ ଡ଼କାଯିବ ଏବଂ ସନ୍ଧ୍ୟା ସୁଦ୍ଧା ଅପରେସନ କରି ରିଲିଜ୍ କରିଦିଆଯିବ । ଏମ୍ସ ଜେନେରାଲ ସର୍ଜରୀ ବିଭାଗର ଏକ ବରିଷ୍ଠ ଡ଼ାକ୍ତରଙ୍କ ଅନୁଯାୟୀ ଏଠାରେ ଏବେ ୪ଟି ଅପରେସନ ଥିଏଟର ରହିଛି । ରୋଗୀମାନଙ୍କୁ ଅସ୍ତ୍ରୋପଚାର ପାଇଁ ଲମ୍ବା ସମୟ ଅପେକ୍ଷା କରିବାକୁ ପଡ଼ୁଛି । ନୁଆ ବ୍ଲକ ଆରମ୍ଭ ହେଲେ ଗୋଟିଏ ସ୍ଥାନରେ ଏମଆରଆଇ, ସିଟିସ୍କାନ୍, ରେଡ଼ିଓଲୋଜି ଏବଂ ପାଥୋଲଜି ଆଦି ସମସ୍ତ ସୁବିଧା ଗୋଟିଏ ସ୍ଥାନରେ ଉପଲବ୍ଧ ହୋଇପାରିବ ।
ସୂଚନା ଯୋଗ୍ୟ ଯେ ଏମ୍ସରେ ଦିନକୁ ଦିନ ରୋଗୀ ସଂଖ୍ୟା ବଢିବାରେ ଲାଗିଛି । ୨୦୧୫ରେ ୨.୧୯ ଲକ୍ଷ ରୋଗୀ ଭର୍ତ୍ତି ହୋଇଥିଲେ । ସେମାନଙ୍କ ମଧ୍ୟରୁ ୧ଲକ୍ଷ ୭୦ ହଜାରଙ୍କ ଅସ୍ତ୍ରୋପଚାର କରାଯାଇଥିଲା । ୨୦୧୬ରେ ୧ଲକ୍ଷ ୭୬ ହଜାର ୮୪୩ ଜଣଙ୍କ ଅସ୍ତ୍ରୋପଚାର ହୋଇଥିଲା । ଅପରେସନ ପାଇଁ ମାସକରୁ ୩ ବର୍ଷ ଯାଏ ଏମ୍ସ ତାରିଖ ଦେଉଥିବାରୁ ରୋଗୀମାନଙ୍କ ଦୁର୍ଦ୍ଦଶାର ଚିତ୍ର ଦେଖିବାକୁ ମିଳୁଛି ।

13/01/2019

Leave a Reply

Your email address will not be published. Required fields are marked *

Comments