Bikash Khabar
ବ୍ଲଡ଼ ବ୍ୟାଙ୍କରୁ ଏଣିକି ହାତାହାତି ମିଳିବ ପ୍ଲେଟଲେଟସ

ଆଗାମୀ ଦିନରେ ଦେଶର ରକ୍ତ ଭଣ୍ଡାର ଗୁଡ଼ିକରୁ ହାତାହାତି ପ୍ଲେଟଲେଟ ମିଳିବ । ଏବେ ବ୍ଲଡ଼ ବ୍ୟାଙ୍କର କାର୍ଯ୍ୟ କେବଳ ରକ୍ତ ଗଚ୍ଛିତ କରିବା ଓ ଜାରୀ କରିବାରେ ସୀମିତ ରହିବ ନାହିଁ । ଏହା ଏମେତ ରକ୍ତ ସହିତ ଜଡ଼ିତ ସମସ୍ତ ଆବଶ୍ୟକତାକୁ ପୂରଣ କରିବାର କେନ୍ଦ୍ର ପାଲଟିବ ରକ୍ତ ଭଣ୍ଡାର ।

ବ୍ଲଡ଼ ବ୍ୟାଙ୍କରେ ଗଚ୍ଛିତ ରକ୍ତରୁ ପ୍ଲାଜମା, ପ୍ଲେଟଲେଟସ ଏବଂ ରକ୍ତକଣିକା ସମେତ ରକ୍ତ ଆଧାରିତ ସମସ୍ତ ଉତ୍ପାଦକୁ ପ୍ରକ୍ରିୟାକୃତ କରାଯିବ ଏବଂ ତାକୁ ସିଧାସଳଖ ଆବଶ୍ୟକତା ଥିବା ଲୋକଙ୍କୁ ବିକ୍ରୀ କରାଯିବ । ବ୍ଲଡ଼ ବ୍ୟାଙ୍କକୁ ଏହି ଅଧିକାର ଦେବା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରାଳୟ ଡ଼୍ରଗ୍ସ ଏବଂ କସମେଟିକ୍ସ ଅଧିନିୟମରେ ସଂଶୋଧନ କରିବାକୁ ଯାଉଛନ୍ତି । ଯେଉଁଠି ଯେଉଁଠି ବ୍ଲଡ଼ ବ୍ୟାଙ୍କ ଲେଖାଯାଇଛି ସେଠାରେ ବ୍ଲଡ଼ ସେଣ୍ଟର ବୋଲି ଉଲ୍ଲେଖ କରାଯିବ । ରକ୍ତ କେନ୍ଦ୍ରରେ ରକ୍ତ ପରିଚାଳନା, ଗଚ୍ଛିତ, ରକ୍ତ ଆଧାରିତ ଉତ୍ପାଦର ବିବରଣୀ ଆନୁଷ୍ଠାନିକ ଭାବେ କରାଯିବ । 
 

10/12/2018

Leave a Reply

Your email address will not be published. Required fields are marked *

Comments