Bikash Khabar
ସାଂସଦ ଝିନ ହିକକାଙ୍କ ଅଙ୍ଗରକ୍ଷୀ ପାଇଲେ ଓଏଏସ୍

ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ ସଫଳତା ସାଉଁଟିଛନ୍ତି ଜଣେ ପୁଲିସ କନଷ୍ଟେବଳ । ସେ ହେଉଛନ୍ତି ନିଳାଦ୍ରୀ ବିହାରୀ ଦାଡ଼ିଆ । ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷାରେ ୯୭ତମ ସ୍ଥାନ ପାଇଥିବା ନିଳାଦ୍ରୀ ୨୦୦୨ ମସିହାରେ କନଷ୍ଟେବଳ ଚାକିରିରେ ଯୋଗଦାନ କରିଥିଲେ । ୨୦୦୩ ମସିହାରେ ନିଳାଦ୍ରୀ ଗ୍ରେ ହାଉଣ୍ଡ ଟ୍ରେନିଂ ସାରି ମାଓଦମନ ଅପରେସନରେ ସାମିଲ ହୋଇଥିଲେ । ୨୦୦୯ରେ ସ୍ୱତନ୍ତ୍ର ନିରାପତ୍ତା ୱିଙ୍ଗରେ ଯୋଗ ଦେବା ପରେ କୋରାପୁଟ ସାଂସଦ ଝିନ ହିକକାଙ୍କ ଅଙ୍ଗରକ୍ଷୀ ଭାବେ କାର୍ଯ୍ୟରତ ଥିଲେ । ଏହି ସମୟରେ ସେ ଓଏଏସ୍ ପରୀକ୍ଷା ପାଇଁ ନିଜକୁ ପ୍ରସ୍ତୁତି କରୁଥିଲେ । ୨୦୧୫ରୁ ପ୍ରସ୍ତୁତିରେ ଲାଗିଥିବା ନିଳାଦ୍ରୀଙ୍କ ପାଇଁ ଏହି ଯାତ୍ରା ଏତେ ସହଜ ନଥିଲା । କାମର ଚାପ ଭିତରୁ ଅବସର ପାଇବା କ୍ଷଣି ସେ ଅଧ୍ୟୟନରେ ମନୋନିବେଶ କରୁଥିଲେ ।

ମୁଁ ମୋର ସଫଳତାରେ ଏତେ ଖୁସି ଯେ ତାହା ବ୍ୟକ୍ତ କରିବାକୁ ଭାଷା ପାଉନି ବୋଲି ନିଳାଦ୍ରୀ କହନ୍ତି । 
 

23/12/2018

Leave a Reply

Your email address will not be published. Required fields are marked *

Comments