Bikash Khabar
ପୁଲିସ ଲୋକଙ୍କ ବନ୍ଧୁ, ଏକଥା ଜଣାଇବା ପାଇଁ ଜଗତସିଂହପୁର ରେ ଆରମ୍ଭ ହେଲା ‘ପୁଲିସ ଅଙ୍କଲ’ ପରିଯୋଜନା

 ଜଗତସିଂହପୁର, ଏପ୍ରିଲ ୦୭ :  ପୋଲିସ ଲୋକଙ୍କ ଶତ୍ରୁ ନୁହେଁ ବନ୍ଧୁ । ଏଭଳି ଏକ ବିଶ୍ୱାସକୁ ପୁନଃ ପ୍ରତିଷ୍ଠିତ କରାଇବା ପାଇଁ ଜଗତସିଂହପୁରରେ ପୋଲିସ ପକ୍ଷରୁ ଆରମ୍ଭ ହୋଇଛି ‘ପୁଲିସ ଅଙ୍କଲ’ ପରିକଳ୍ପନା । ଦେଶରେ ପ୍ରଥମ ଥର ପାଇଁ ଏହା ଜଗତସିଂହପୁର ଜିଲ୍ଲାରେ କାର୍ଯ୍ୟକାରୀ ହୋଇଛି । ଏକ ଲୋକାଭିମୁଖୀ ପୁଲିସ ବାହିନୀ ଗଠନ ଉଦ୍ଦେଶ୍ୟରେ ଆଜି ଜଗତସିଂହପୁର ଏସପିଙ୍କ କାର୍ଯ୍ୟାଳୟ ପରିସରରେ ଉଦଘାଟିତ ହୋଇଯାଇଛି ‘ପୁଲିସ ଅଙ୍କଲ’ । ଏହି ଯୋଜନାର ପ୍ରତୀକ ଭାବେ ପ୍ରସ୍ତୁତ ଷ୍ଟାଚ୍ୟୁରେ ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ଉଦଘାଟନ କରିଛନ୍ତି । ଏହି ଷ୍ଟାଚ୍ୟୁରେ ପୁଲିସ ଅଧିକାରୀଙ୍କ ହାତଧରି ଠିଆ ହୋଇଛନ୍ତି ଦୁଇ କୁନି ଶିଶୁ ।

ଏହି ଷ୍ଟାଚ୍ୟୁ ଉଦଘାଟନ ଅବସରରେ ପୋଲିସ ପକ୍ଷରୁ ଛାତ୍ରଛାତ୍ରୀମାନଙ୍କୁ ଗୋଲାପ ଫୁଲ ଦେଇ ସ୍ୱାଗତ କରାଯାଇଥିଲା । ପୁଲିସ ଅଙ୍କଲ ଜରିଆରେ ଜନସାଧାରଣଙ୍କ ବିଶ୍ୱାସଭାଜନ ହେବ ପୋଲିସ । ପୁଲିସ ବାବୁମାନଙ୍କ ଢାଂଚା ବଦଳିଲେ ଓ ଭାଷା ବଦଳିରେ ଲୋକେ ପୁଲିସକୁ ବିଶ୍ୱାସ କରିବେ । ବର୍ତ୍ତମାନ ଅପରାଧୀମାନେ ପୋଲିସକୁ ଚ୍ୟାଲେଞ୍ଜ ଦେଉଥିବାବେଳେ ସାଧାରଣ ଲୋକେ ପୋଲିସକୁ ଡ଼ରୁଛନ୍ତି । ପୋଲିସ ପ୍ରତି ପିଲାମାନଙ୍କ ଦୃଷ୍ଟିଭଙ୍ଗୀ ଆରମ୍ଭରୁ ସକରାତ୍ମକ ହେଉ ବୋଲି ପରିକଳ୍ପନା କରି ଏଭଳି ଏକ କାର୍ଯ୍ୟକ୍ରମକୁ ଜଗତସିଂହପୁର ଜିଲ୍ଲାରେ ଆରମ୍ଭ ହୋଇଛି । 

07/04/2018

Leave a Reply

Your email address will not be published. Required fields are marked *

Comments