Bikash Khabar
ଯୋଜନାର ସଫଳତା ସନ୍ଦେହ ଘେରରେ, କାମ ଦେଉନି ବିଜୁ କୃଷକ କଲ୍ୟାଣ ଯୋଜନାର କାର୍ଡ଼

କାଳିଆ ଯୋଜନାରେ ଚାକିରିଆ ଓ ଆୟକର ଦାତା ବିଜେଡ଼ି କର୍ମୀଙ୍କ ନାଁ ଥିବା ନେଇ ନୋଡ଼ାଲ ଅଫିସର ଲୋକଙ୍କ କ୍ରୋଧର ଶିକାର ହେଉଛନ୍ତି । କାଳିଆ ଯୋଜନାରେ ଆବେଦନ ପାଇଁ ଫର୍ମ ଗୋଟିକୁ ୫୦ ଟଙ୍କାରେ କିଣୁଥିବା ଚାଷୀ ଏହାକୁ କଳା ଯୋଜନା କହିଲେଣି । ତେଣେ ରାଜ୍ୟ ସରକାରଙ୍କ ମହତ୍ୱାକାଂକ୍ଷୀ ଯୋଜନା ବୋଲି ପ୍ରଚାର ଚାଲିିଥିବା ମାଗଣା ସ୍ୱାସ୍ଥ୍ୟ ସେବାରୁ ବିଜୁ କୃଷକ କଲ୍ୟାଣ ଯୋଜନାର କାର୍ଡ଼ଧାରୀ ବଂଚିତ ହେଉଥିବାର ଗୋଟିଏ ପରେ ଗୋଟିଏ ଘଟଣା ଉଦବେଗ ସୃଷ୍ଟି କରିଛି ।

ନବରଙ୍ଗପୁର ଜିଲ୍ଲା ଉମରକୋଟ ଡ଼ିଏନକେ ସ୍ଥିତ ଗୋପାଳ ହରିଜନଙ୍କ କିଡ଼ନୀରେ ଷ୍ଟୋନ ହୋଇଛି । ପେଟ ଯନ୍ତ୍ରଣାରେ ଗଡ଼ିଯାଉଛନ୍ତି ଗୋପାଳ । ଦିନ ମଜୁରିଆ ଭାବେ ଜୀବିକା ନିର୍ବାହ କରୁଥିବା ଗୋପାଳ ନିକଟରେ ବିଜୁ କୃଷକ କଲ୍ୟାଣ ଯୋଜନାର କାର୍ଡ଼ ରହିଛି । କାର୍ଡ଼ ନମ୍ବର ହେଉଛି ଏସଟୁ ୨୧୨୮୧୨୦୦୧୧୧୮୫୮୫୪ । ଏହି କାର୍ଡ଼ ଜରିଆରେ ସେ ସ୍ୱାସ୍ଥ୍ୟ ସେବା ପାଇଁ ନବରଙ୍ଗପୁର ଖ୍ରୀଷ୍ଟିୟାନ ହସ୍ପିଟାଲରେ ଦାଖଲ କରି ନିରାଶା ହୋଇଛନ୍ତି । ଏସଟୁ କାର୍ଡ଼ ଏଯାଏ କାର୍ଯ୍ୟକାରୀ ହୋଇନଥିବା ଡ଼ାକ୍ତର କହିଛନ୍ତି । ଜାନୁଆରୀ ମାସରୁ କାର୍ଯ୍ୟକାରୀ ହେଉଥିବା ଏହି ଯୋଜନାର ସଫଳତା ନେଇ ନବୀନ ସରକାର ଲକ୍ଷ ଲକ୍ଷ ଟଙ୍କାର ଖବର କାଗଜ ବିଜ୍ଞାପନ ଦେଉଛନ୍ତି କିନ୍ତୁ ଅସଲ କ୍ଷେତ୍ରରେ ଗୋପାଳଙ୍କ ପରି ରୋଗୀମାନଙ୍କୁ ଏହା ସାହା ହୋଇପାରିନାହିଁ ।

13/01/2019

Leave a Reply

Your email address will not be published. Required fields are marked *

Comments