Bikash Khabar
ପୋଷ୍ଟ ଅଫିସର ଏହି ଦୁଇ ଯୋଜନାରୁ ମିଳୁଛି ୮ ପ୍ରତିଶତ ସୁଧ, ଜାଣନ୍ତୁ ସବିଶେଷ

  ଜମା ଓ ରିଟର୍ଣ୍ଣ କ୍ଷେତ୍ରରେ ଭାରତୀୟ ଡାକଘରରେ ମଧ୍ୟ କେତେକ ଉକ୍ରୃଷ୍ଟ ଯୋଜନା ଚାଲୁଛି । ଡାକଘରେ ପାଖାପାଖି ୯ ପ୍ରକାର ସଂଚୟ ଯୋଜନା ଚାଲୁଛି ଯେଉଁଥିରେ ୪ ପ୍ରତିଶତରୁ ଆରମ୍ଭ କରି ୮.୩ ପ୍ରତିଶତ ପର୍ଯ୍ୟନ୍ତ ସୁଧ ପ୍ରଦାନର ପ୍ରାବଧାନ ରହିଛି । ଏଥିରେ ଏଭଳି ଦୁଇଟି ଯୋଜନା ଏପରି ଯେଉଁଠାରୁ ୮ ପ୍ରତିଶତରୁ ଅଧିକ ସୁଧ ମିଳିଥାଏ ।

ପୋଷ୍ଟ ଅଫିସ ବରିଷ୍ଠ ନାଗରିକଙ୍କ ସଂଚୟ ଯୋଜନାରେ ଜଣେ ୫୫ ବର୍ଷରୁ ଊଦ୍ଧ୍ୱର୍ ଓ ୬୦ ବର୍ଷରୁ କମ୍ ଯେ କୌଣସି ନାଗରିକ ସର୍ବାଧିକ ୧୫ଲକ୍ଷ ଟଙ୍କାର ଜମା କରିପାରିବେ । ଜମାକାରୀ ଏକାଧିକ ଆକାଉଂଟ ଖୋଲି ୫ବର୍ଷ ଅବଧି ପାଇଁ ଟଙ୍କା ଜମା କରିପାରିବେ । ପରେ ପୁଣି ଏହାକୁ ଅଧିକ ୩ବର୍ଷ ବଢା ଯାଇପାରିବ । ଏଥିରୁ ୮.୩ ପ୍ରତିଶତ ସୁଧ ମିଳିବାର ବ୍ୟବସ୍ଥା ରହିଛି । ସେହିପରି ପୋଷ୍ଟ ଅଫିସ ସୁକନ୍ୟା ସମୃଦ୍ଧି ଏକାଉଂଟରେ ବର୍ଷକୁ ସର୍ବନିମ୍ନ ୧୦୦୦ ଟଙ୍କା ଓ ସର୍ବାଧିକ ୧,୫୦,୦୦୦ ଟଙ୍କାର ଜମା କରିପାରିବେ । ଏଥିରେ ଜମାକାରୀମାନଙ୍କୁ ୮.୧ ପ୍ରତିଶତ ସୁଧ ମିଳିଥାଏ । 

02/07/2018

Leave a Reply

Your email address will not be published. Required fields are marked *

Comments