Bikash Khabar
ମହିଳାଙ୍କୁ ଅସଦାଚରଣ କଲେ ସହରରେ ଲାଗିବ ପୋଷ୍ଟର

 ମହିଳାଙ୍କୁ ଅସଦାଚରଣ କରୁଥିବା ବ୍ୟକ୍ତିଙ୍କ ବିରୋଧରେ ଅଧିକ କଠୋର ହୋଇଛନ୍ତି ଯୋଗୀ ସରକାର ମହିଳାଙ୍କ ବିରୋଧରେ ହେଉଥିବା ଅପରାଧକୁ ନେଇ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆଜି ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଉତ୍ତରପ୍ରଦେଶରେ, ଯଦି କେହି ମହିଳାଙ୍କୁ ଅସଦାଚରଣ କରୁଥିବାବେଳେ ଧରାପଡନ୍ତି , ତେବେ ସେମାନଙ୍କ ପୋଷ୍ଟର ସହରରେ ଲଗାଯିବ।ନାଗରିକତା ସଂଶୋଧନ ଅଧିନିୟମ (CAA) ବିରୋଧରେ ହିଂସା ସମୟରେ ଯୋଗୀ ସରକାର ମଧ୍ୟ ସମାନ ପଦକ୍ଷେପ ନେଇଥିଲେ ସରକାରଙ୍କ ସମ୍ପତ୍ତି ନଷ୍ଟ କରିଥିବା ଲୋକଙ୍କ ପୋଷ୍ଟର ସହର ସାରା ଲଗାଇଥିଲେ। ମିଶନ ଦୁରାଚାରି ଅଧୀନରେ ମହିଳା ପୁଲିସ କର୍ମଚାରୀଙ୍କୁ ଦାୟିତ୍ୱ ଦିଆଯିବ। ମହିଳା ପୁଲିସ ସହରର ଛକ ଉପରେ ନଜର ରଖିବେ। ରାଜ୍ୟରେ ମହିଳାଙ୍କ ପ୍ରତି ଅପରାଧର ଅନେକ ମାମଲା ସାମ୍ନାକୁ ଆସିବା ପରେ ମୁଖ୍ୟମନ୍ତ୍ରୀ ଯୋଗୀ ଏହି ନିଷ୍ପତ୍ତି ନେଇଛନ୍ତି

25/09/2020

Leave a Reply

Your email address will not be published. Required fields are marked *

Comments