Bikash Khabar
ଲୁଲୁଙ୍କ ଲାଇଟ ବ୍ୟବସାୟ ୧୨ ପରିବାରକୁ ଯୋଗାଉଛି ଆହାର

ଦିନ ଥିଲା ଲୁଲୁଙ୍କୁ ଦିନକୁ ଦୁଇ ଓଳି ଖାଦ୍ୟ ମିଳିବା ବି କାଠିକର ହେଉଥିଲା । ହେଲେ ନିଜର ଶ୍ରମ, ସାଧୁତା ଓ ଶ୍ରମ ପ୍ରତି ଆନ୍ତରିକତା ତାଙ୍କୁ ଉଚ୍ଚ ସୋପାନରେ ପହଂଚାଇ ଦେଇଛି । କାମ ପ୍ରତି ନିଷ୍ଠା କେବଳ ତାଙ୍କର ଅଭାବ ଦୂର କରିନି ବରଂ ଆଉ ୧୨ଟି ପରିବାରର ଗୁଜୁରାଣ ମେଣ୍ଟାଇବାରେ ସହାୟକ ହୋଇପାରିଛି ।

ଲୁଲୁଙ୍କ ଘର କଟକ ସଦରଥାନା ଗୋପାଳପୁର ଗାଁରେ । ତାଙ୍କ ପୁରା ନାମ ସୁଧାଂଶୁ କୁମାର ଦଳେଇ । ସୁଧାଂଶୁ ଓରଫ ଲୁଲୁଙ୍କୁ ଯେତେବେଳେ ୧୩ ବର୍ଷ ବୟସ ପର ପାରିକୁ ଚାଲି ଯାଇଥିଲେ ତାଙ୍କ ବାପା ଧର୍ମାନନ୍ଦ । ଦାରିଦ୍ର‌୍ୟ ଯୋଗୁଁ ଆଗକୁ ପଢି ପାରିନଥିଲେ ଲୁଲୁ । ପରିବାର ପୋଷିବା ଦାୟିତ୍ୱ ତାଙ୍କ କାନ୍ଧ ଉପରକୁ ଆସିବା ପରେ ବାଧ୍ୟ ହୋଇ ସେ ଏକ ଟେଣ୍ଟ ହାଉସରେ ମଜୁରିଆ ଭାବେ କାମ ଆରମ୍ଭ କଲେ । କ୍ରମଶଃ ନିଜ କାମ ପ୍ରତି ନିଷ୍ଠା ରଖି ସେ ଅନେକଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ । ଶେଷରେ ସେ କିଛି ବଦାନ୍ୟ ବ୍ୟକ୍ତିଙ୍କ ସହାୟତାରେ ନିଜର ଏକ ବ୍ୟବସାୟ ଆରମ୍ଭ କରିଥିଲେ । ଲାଇଟ ଓ ସାଉଣ୍ଡର ଏହି ବ୍ୟବସାୟ ପାଇଁ ସେ ଷ୍ଟ୍ରେଞ୍ଜର ନାମକ ଏକ ସଂସ୍ଥା ଆରମ୍ଭ କଲେ । ଏବେ ଏହି ସଂସ୍ଥା ଜିଲ୍ଲା ତଥା ଜିଲ୍ଲା ବାହାରର ବହୁ ଇଭେଣ୍ଟରେ ଲାଇଟ ଓ ସାଉଣ୍ଡ ସେବା ଯୋଗାଇ ଦେଇ ଆର୍ଥିକ ଭାବେ ସ୍ୱଚ୍ଛଳ ହୋଇଛନ୍ତି । ଏବେ ତାଙ୍କର ଷ୍ଟ୍ରେଞ୍ଜର ସଂସ୍ଥାରେ ୧୨ ଜଣ ଲୋକ ଜୀବିକା ପାଇପାରିଛନ୍ତି ।

17/01/2019

Leave a Reply

Your email address will not be published. Required fields are marked *

Comments