Bikash Khabar
କେରଳ ବିପନ୍ନଙ୍କ ବାସ ସଜାଡ଼ି ପ୍ରଶଂସିତ ହେଲେ ୨୫ ଜଣିଆ ଓଡ଼ିଆ କାରିଗର

ବନ୍ୟା ବିପତ୍ତି ବେଳେ ସହଯୋଗର ହାତ ବଢାଇ ଦେଇଛନ୍ତି ଓଡ଼ିଶାର ସ୍ୱେଚ୍ଛାସେବୀ ଦଳ । ବିପନ୍ନଙ୍କ ଥଇଥାନ ଲାଗି ଓଡ଼ିଶାର ଏକ ୨୫ ଜଣିଆ ଟିମ୍ ଯେଭଳି କାମ କରିଛନ୍ତି ତାହାକୁ କେରଳ ବି ଭୁଲି ପାରିବ ନାହିଁ ବୋଲି ସୂଚାଇଛନ୍ତି କେରଳ ଶ୍ରମମନ୍ତ୍ରୀ ଟି.ପି. ରାମକ୍ରିଷ୍ଣନ ।
ଦକ୍ଷ ଇଲେକ୍ଟ୍ରିସିଆନ, ପାଣି ପାଇପ ମିସ୍ତ୍ରୀ, ଝଳେଇ ମିସ୍ତ୍ରୀ ଓ ବଢେଇଙ୍କୁ ନେଇ ଓଡ଼ିଶାର ଏକ ଟିମ୍ କେରଳର ଏର୍ଣ୍ଣାକୁଲମ ଜିଲ୍ଲାର ଆଲୁଭା ଏବଂ ଉତ୍ତର ପାରାଭୁର ଅଂଚଳରେ ଥଇଥାନ କାର୍ଯ୍ୟରେ ନିୟୋଜିତ ଅଛନ୍ତି । ଏହି ଦଳ ଶତାଧିକ ବିପନ୍ନଙ୍କ ବାସ ଗୃହ ସଜାଡ଼ିବାରେ ସହଯୋଗ କରିଛନ୍ତି । ବିଦ୍ୟୁତ ଯୋଗାଯୋଗ, ପାଣି ପାଇପ କାମ, ବୈଦ୍ୟୁତିକ ଉପକରଣ ଗୁଡ଼ିକର ଆଂଶିକ ମରାମତିରେ ଏମାନଙ୍କ ଭୂମିକାକୁ କେରଳ ସରକାର ପ୍ରଶଂସା କରିଛନ୍ତି । ୫୩୦୦ରୁ ଊଦ୍ଧ୍ୱର୍ ଲୋକଙ୍କୁ ସେବା ଯୋଗାଇ ଦେବାରେ ଓଡ଼ିଶା କାରିଗରଙ୍କ ଭୂମିକା ଥିବା କେରଳ ଶ୍ରମମନ୍ତ୍ରୀ ସୂଚାଇଛନ୍ତି । 
 

07/09/2018

Leave a Reply

Your email address will not be published. Required fields are marked *

Comments