Bikash Khabar
୨ ଅଗ୍ନିଶମ କର୍ମଚାରୀଙ୍କ ସାହସିକତାକୁ ପ୍ରଶଂସା,ଉଛୁଳା ନଈରୁ ବଞ୍ଚାଇଥିଲେ ଜୀବନ

ଋଷିକୁଲ୍ୟାର ପ୍ରଖର ବନ୍ୟାଜଳ ସ୍ରୋତରେ ଭାସି ଯାଉଥିବା ଛତ୍ରପୁର ବ୍ଲକ୍ ମୁନିଷିପେଣ୍ଠ ଗ୍ରାମର ବାବୁଲି ବେହେରାଙ୍କୁ କିଲୋମିଟର ପହଁରି ଜୀବିତାବସ୍ଥାରେ ଉଦ୍ଧାର କରି ଛତ୍ରପୁର ଅଗ୍ନିଶମ ବିଭାଗର ଦୁଇ କର୍ମଚାରୀ ତପନ ବେହେରା କାହ୍ନୁ ଶ୍ରୀଚନ୍ଦନ ପରିଡ଼ା ସାହସିକତାର ପରିଚୟ ଦେଇଛନ୍ତି। ଉଭୟଙ୍କ ଏହି ଦୁଃସାହସିକ କାର୍ଯ୍ୟ ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟ ଅଗ୍ନିଶମ ବିଭାଗ ଡିଜି ସତ୍ୟଜିତ ମହାନ୍ତି ଟ୍ବିଟ୍କରି ପ୍ରଶଂସା କରିବା ସହ ସାଧୁବାଦ ଜଣାଇଛନ୍ତି।ସେହିପରି ଛତ୍ରପୁରର ସହରର ବୁଦ୍ଧିଜୀବୀ କ୍ରୀଡ଼ାବିତ୍ ମଧ୍ୟ ସେମାନଙ୍କ ସାହସିକତା ସଭିଙ୍କ ପାଇଁ ପ୍ରେରଣା ବୋଲି କହିଛନ୍ତି। ବାବୁଲି ଗତକାଲି ସକାଳେ ହଠାତ୍ ଋଷିକୁଲ୍ୟାର ପ୍ରଖର ସ୍ରୋତରେ ଭାସି ଯାଉଥିଲେ। ତାଙ୍କୁ ଉଦ୍ଧାର କରିବା ଲାଗି ତପନ କାହ୍ନୁ ଗଭୀର ପାଣିରେ ଲମ୍ଫ ମାରି କିଲୋମିଟର ପର୍ଯ୍ୟନ୍ତ ପହଁରିଥିଲେ। ଶେଷରେ ସେମାନେ ଗଞ୍ଜାମ ଋଷିକୁଲ୍ୟା ମୁହାଣ ନିକଟରେ ବାବୁଲିଙ୍କୁ ଜୀବିତାବସ୍ଥାରେ ଉଦ୍ଧାର କରିବାରେ ସଫଳ ହୋଇଥିଲେ।

 

16/10/2020

Leave a Reply

Your email address will not be published. Required fields are marked *

Comments