Bikash Khabar
ଭୁବନେଶ୍ୱର ବିମାନ ବନ୍ଦରରେ ହେବ ପ୍ରିପେଡ଼ ଟ୍ୟାକ୍ସି ଷ୍ଟାଣ୍ଡ

ଭୁବନେଶ୍ୱର ବିମାନବନ୍ଦରରେ ଅସମାଜିକ ଗାଡ଼ି ଡ଼୍ରାଇଭରଙ୍କ ଦୌରାତ୍ମକୁ ନେଇ ଏକାଧିକ ମାମଲା ସାମ୍ନାକୁ ଆସିବା ପରେ କମିଶନରେଟ ପୋଲିସ ଓ ବିଜୁ ପଟ୍ଟନାୟକ ଆନ୍ତଃରାଷ୍ଟ୍ରିୟ ବିମାନବନ୍ଦର (ବିପିଆଇଏ) ପକ୍ଷରୁ ପ୍ରିପ୍ରେଡ଼ ଟ୍ୟାକ୍ସି ଷ୍ଟାଣ୍ଡ ସ୍ଥାପନା ଦିଗରେ ନିଷ୍ପତ୍ତି ନିଆଯାଇଛି । ଏ ପ୍ରସଙ୍ଗକୁ ନେଇ ଆଗାମୀ ସପ୍ତାହରେ ବିମାନ ବନ୍ଦର କର୍ତ୍ତୃପକ୍ଷ ଏକ ବୈଠକ ଡ଼ାକିଛନ୍ତି । ଯଦି ଏହା ସଫଳ ହୁଏ ତେବେ ପୋଲିସ ଲୋଗୋ ଥାଇ ଟାକ୍ସି ଷ୍ଟାଣ୍ଡ ଖୋଲାଯିବ । ଏଥିରେ ଜଣେ ପୋଲିସ କର୍ମଚାରୀ ମୂତୟନ ହେବେ । ଯାତ୍ରୀମାନଙ୍କୁ କିଭଳି ସୁରକ୍ଷା ପ୍ରଦାନ କରାଯାଇପାରିବ ତାହା ନିଶ୍ଚିତତା କରାଯିବ ।
ଏବେ ବିମାନବନ୍ଦର ପରିସରରେ ଅନଲାଇନ୍ ଟ୍ରାନ୍ସପୋର୍ଟ କମ୍ପାନୀ ମାନଙ୍କ ବୁଥ୍ ରହିଛି । ଟର୍ମିନାଲ ୱାନ ବାହାରେ ଅନଧିକାର ଭାବେ ଟାକ୍ସି ସର୍ଭିସ ପ୍ରଚଳିତ ରହିଛି । ୨୦୧୫ରେ ରାଜ୍ୟ ପରିବହନ ବିଭାଗ ଏବଂ କମିଶନରେଟ ପୋଲିସ ରେଲୱେ ଷ୍ଟେସନ, ବରମୁଣ୍ଡା ବସଷ୍ଟାଣ୍ଡ ଏବଂ କିଟ୍ ବିଶ୍ୱବିଦ୍ୟାଳୟରେ ପ୍ରିପେଡ଼ ଅଟୋ ରିକ୍ସା ସେବା ପ୍ରଚଳନ କରାଇଥିଲେ । ଫିଙ୍କ ଅଟୋ ସେବା ମଧ୍ୟ ପ୍ରଚଳନ କରାଯାଇଥିଲା । କିନ୍ତୁ ତାହା ସଫଳ ହୋଇପାରିନାହିଁ । 
 

08/09/2018

Leave a Reply

Your email address will not be published. Required fields are marked *

Comments