Bikash Khabar
ରାମ ମନ୍ଦିର ଭୂମି ପୂଜନ’ କରି ରୁପା ଇଟାରେ ଭିତ୍ତିପ୍ରସ୍ତର ସ୍ଥାପନ କଲେ ପ୍ରଧାନମନ୍ତ୍ରୀ ମୋଦୀ

 ନିମନ୍ତ୍ରିତ ସ୍ୱତନ୍ତ୍ର ବେଦଜ୍ଞ ମାନଙ୍କ ସମୂହ ବେଦ ମନ୍ତ୍ର ଗାନ ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦୀ ଆଜି ଦିନ ୧୨:୪୪:୦୮ର ମାହେନ୍ଦ୍ର ବେଳାରେ ୪୦ କିଲୋଗ୍ରାମ ଓଜନର ରୂପା ଇଟାରେ ମନ୍ଦିର ନିର୍ମାଣ ଲାଗି ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଭୂମି ପୂଜନ ଉତ୍ସବରେ ପ୍ରସ୍ତାବିତ ଗର୍ଭଗୃହ ସ୍ଥାନରେ ଅନ୍ୟମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ସହ ବସିଥିଲେ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ରାଜ୍ୟପାଳ ଆନନ୍ଦିବେନ୍ ପଟେଲ୍ ଆରଏସ୍ଏସ୍ ମୁଖ୍ୟ ମୋହନ ଭାଗବତ ବୁଧବାର ମଧ୍ୟାହ୍ନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାମ ଜନ୍ମଭୂମି ମନ୍ଦିର ନିର୍ମାଣ ସ୍ଥଳୀରେ ପହଞ୍ଚିବା ପରେ ରାମ ଲାଲାଙ୍କୁ ଦର୍ଶନପୂର୍ବକ ଆଳତି କରି ଫୁଲମାଳ ପିନ୍ଧାଇଥିଲେ। ମନ୍ଦିର ନିର୍ମାଣ ପରିଧି ମଧ୍ୟରେ ଆୟୋଜିତ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଗଙ୍ଗଶିଉଳି’(ପାରିଜାତ) ଚାରାଟିଏ ରୋପଣ କରିଥିଲେ। ଏହାଛଡ଼ା ଶିଳାନ୍ୟାସ ଉତ୍ସବ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀରାମ ଜନ୍ମଭୂମି ମନ୍ଦିରଉପରେ ସ୍ମାରକୀ ଡାକ ଟିକଟ ଉନ୍ମୋଚନ କରିଥିଲେ ଭୂମି ପୂଜନ ପୂର୍ବରୁ ହନୁମାନ ଗଡ଼ାଯାଇ ପ୍ରଭୁ ହନୁମାନଙ୍କୁ  ପୂଜାର୍ଚ୍ଚନା କରିଥିଲେ ଏହାପରେ ପ୍ରଧାନମନ୍ତ୍ରୀ ସ୍ବାମୀ ନୃତ୍ୟଗୋପାଳ ଦାସ ଏବଂ ରାମ ଜନ୍ମଭୂମି ଟ୍ରଷ୍ଟ୍ ଅନ୍ୟ ସଦସ୍ୟମାନଙ୍କୁ ଭେଟିବେ। ପ୍ରଧାନମନ୍ତ୍ରୀ ଅବସର ରେ ଏକ ସମାବେଶରେ ଯୋଗଦେଇ ଉଦ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଛି।

05/08/2020

Leave a Reply

Your email address will not be published. Required fields are marked *

Comments